ଭାରତରେ ପ୍ରଥମ କରୋନା ମୃତ୍ୟୁ!

ଯୁଦ୍ଧ ମଝିରେ ମଣିଷ

Image Source: India Today

ନୂଆଦିଲ୍ଲୀ : ଇରାନ୍‌ରୁ ନିକଟରେ ଫେରିଥିବା ଲଦାଖ୍‌ର ଜଣେ ୭୬ ବର୍ଷୀୟ ବୃଦ୍ଧ ଆଜି କରୋନା ଭାଇରସ୍‌ ସଂକ୍ରମଣ ଭଳି ଅସୁସ୍ଥତା ଯୋଗୁଁ ପ୍ରାଣ ହରାଇଛନ୍ତି। ତେବେ ସେ କରୋନା ଭାଇରସ୍‌ ଆକ୍ରାନ୍ତ କି ନାହିଁ ସେ ସଂପର୍କରେ ଚୂଡ଼ାନ୍ତ ରିପୋର୍ଟ ଆସିନାହିଁ। ଏହି ବ୍ୟକ୍ତିଙ୍କ ନାମ ମହମ୍ମଦ ଅଲ୍ଲୀ ଏବଂ ସେ ଜଣେ ପୂର୍ବତନ ପୁଲିସ କର୍ମଚାରୀ ବୋଲି ଜଣାପଡ଼ିଛି। ଗତରାତିରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ଭାଇରସ୍‌ ଭଳି ଲକ୍ଷଣ ଥାଇ ତାଙ୍କର ମୃତ୍ୟୁ ଘଟିଥିବାରୁ ପ୍ରଶାସନ ଏ ନେଇ ତତ୍ପର ହୋଇଉଠିଛି। ଅଲ୍ଲୀଙ୍କ ଗ୍ରାମରେ ଅନ୍ୟ ସନ୍ଦିଗ୍ଧଙ୍କ ସଂପର୍କରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି । ଦିଲ୍ଲୀର ଏକ ଲ୍ୟାବ୍‌ରେ ପରୀକ୍ଷା ପାଇଁ ଅଲ୍ଲୀଙ୍କ ନମୁନା ପଠାଯାଇଛି। ଏ ସଂପର୍କରେ ଦୁଇ ଦିନ ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି ଲେହର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe