ବିସ୍ତାର ଓ ବେଗରେ କରୋନାଭାଇରସର ବୃଦ୍ଧି ଚିନ୍ତାଜନକ; ତଥାପି ପରୀକ୍ଷାହାର ଅତି ନଗଣ୍ୟ: ସୋନିଆ ଗାନ୍ଧୀ

Advertisment
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲ୍‌ରୁ ଫେରିଲେ

Image Source: Hindustan Times

ନୂଆଦିଲ୍ଲୀ: ଗତ ତିନି ସପ୍ତାହ ହେବ ଉଭୟ ବିସ୍ତାର ଏବଂ ବେଗରେ କରୋନାଭାଇରସ୍‌ ଚିନ୍ତାଜନକ ଭାବେ ବଢ଼ିଥିବା କଥା ଆଜି କଂଗ୍ରେସର ଅସ୍ଥାୟୀ ମୁଖ୍ୟ ସୋନିଆ ଗାନ୍ଧୀ କହିଛନ୍ତି। ଏଥିସହ ଅଧିକ ‘ଟେଷ୍ଟ୍ କିଟ୍’ ପାଇଁ ବନ୍ଦୋବସ୍ତ କରିବାକୁ ସେ ସରକାରଙ୍କୁ କହିଛନ୍ତି। ସେ କହିଛନ୍ତି କି, ଏବେ ମଧ୍ୟ ଦେଶରେ ଟେଷ୍ଟ୍ କିଟ୍ ଯୋଗାଣ ନିଅଣ୍ଟିଆ ରହିଛି ଏବଂ ସେଗୁଡ଼ିକ ନିମ୍ନମାନର ବୋଲି ଜଣାପଡ଼ିଛି।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ କଂଗ୍ରେସ୍ ୱାର୍କିଙ୍ଗ୍ କମିଟିରେ ଉଦ୍‌ବୋଧନ ଦେବା ସମୟରେ ସେ ଏ ସବୁ କଥା କହିଛନ୍ତି। ସେ କହିଛନ୍ତି ଯେ ଆମ ସମାଜର ବିଶେଷକରି, କୃଷିକ୍ଷେତ୍ରର ଶ୍ରମିକ, ପ୍ରବାସୀ ଶ୍ରମିକ, ନିର୍ମାଣ ଶ୍ରମିକ ଏବଂ ଅଣସଙ୍ଗଠିତ ଉଦ୍ୟୋଗର ବ୍ୟକ୍ତିବିଶେଷ ଅତ୍ୟନ୍ତ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବେପାର ବଣିଜ ଏବଂ ଶିଳ୍ପ ବନ୍ଦ ହୋଇଯାଇଥିବାରୁ କୋଟି କ‌ୋଟି ଲୋକଙ୍କର ଜୀବୀକା ନଷ୍ଟ ହୋଇଯାଇଛି।

publive-image Image Source: Zee News

ସରକାରଙ୍କୁ ଉଦ୍ଦେଶ୍ୟ କରି ସୋନିଆ ଆହୁରି କହିଛନ୍ତି, ପରୀକ୍ଷା, ଚିହ୍ନଟ ଏବଂ ଏକାନ୍ତବାସର ଅନ୍ୟ ବିକଳ୍ପ ନାହିଁ ବୋଲି ଆମେ ଥରକୁ ଥର ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛୁ। ଦୁଃଖର ବିଷୟ, ତଥାପି ପରୀକ୍ଷାହାର ସ୍ବଳ୍ପ ରହିଛି। ପୁଣି କିଟ୍ ଯୋଗାଣ  ନିଅଣ୍ଟିଆ ଏବଂ କିଟ୍ ନିମ୍ନ ମାନର ବୋଲି ଜଣାପଡ଼ିଛି।

ସୋନିଆ ଦୁଃଖ ପ୍ରକାଶ କରି କହିଲେ ଯେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ୧୨ କୋଟି କର୍ମସଂସ୍ଥାନ ନଷ୍ଟ ହୋଇଛି। ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ରହିଲେ ବେକାରୀ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହି ସଙ୍କଟର ମୁକାବିଲା କରିବାକୁ ପ୍ରତି ପରିବାରକୁ ଅନ୍ୟୂନ ୭, ୫୦୦ ଟଙ୍କା ଲେଖାଏଁ‌ ଦେବା ଖୁବ୍ ଜରୁରୀ।

ସଙ୍କଟ ସମୟରେ ସମଗ୍ର ଦେଶବାସୀଙ୍କୁ ସହାୟକ ହେଉଥିବା ଡାକ୍ତର, ନର୍ସ, ପାରାମେଡିକ୍, ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମୀ, ଅତ୍ୟାବଶ୍ୟକ ସେବା ଯୋଗାଣକାରୀ, ସ୍ବେଚ୍ଛାସେବୀ ସଂଗଠନ ଏବଂ ଅସୁମାରି ସାହାଯ୍ୟକାରୀ ନାଗରିକମାନଙ୍କୁ ସୋନିଆ ପ୍ରଶଂସା କରିଛନ୍ତି। ସେମାନଙ୍କ ତ୍ୟାଗ ଓ ପ୍ରତିବଦ୍ଧତା ଆମକୁ ବାସ୍ତବରେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe