ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଭଳି ଆମକୁ ବି ଜାହାଜରୁ ଉଦ୍ଧାର କରାଯାଉ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହାଯ୍ୟ ମାଗିଲେ କରୋନାଭାଇରସ ସଂକ୍ରମିତ ଭାରତୀୟ

ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଭଳି ଆମକୁ ବି ଜାହାଜରୁ ଉଦ୍ଧାର କରାଯାଉ:  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହାଯ୍ୟ ମାଗିଲେ କରୋନାଭାଇରସ ସଂକ୍ରମିତ ଭାରତୀୟ

ନୂଆଦିଲ୍ଲୀ : ଜାପାନୀ କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନ୍ସେସରେ ଥିବା ଆହୁରି ୬୬ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ବୋଲି କିଛିଦିନ ତଳେ ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା। ଫଳରେ ଏହି ଜାହାଜରେ ଫସି ରହିଥିବା କରୋନାଭାଇରସ୍‌ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧୮ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରେ ତିନିଜଣ ଭାରତୀୟ ଥିବା ବି ଜଣାପଡ଼ିବା ପରେ ଜାପାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ତିନିଜଣଙ୍କ ସହିତ ସମ୍ପର୍କ କରାଯାଇଥିଲା। ଏହି ତିନି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାହାଯ୍ୟ ପ୍ରାର୍ଥନା କରୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ଭାରତୀୟ ବାୟୁସେନା ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଯେଭଳି ଉଦ୍ଧାର କରାଯାଇଥିଲା ସେମାନଙ୍କୁ ସେପରି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉ ବୋଲି ଅନୁରୋଧ କରିଛନ୍ତି।

publive-image Business Today

ଜାହାଜର କ୍ରୁ ମେମ୍ବରଙ୍କ ମଧ୍ୟରେ ସାମିଲ ଥିବା ଅନବାଲାଗାନ୍‌ଙ୍କ କହିବାନୁସାରେ, ଭାରତୀୟ ଦୂତାବାସ ତାଙ୍କୁ ସମ୍ପର୍କ କରି ଆବଶ୍ୟକ ପଡ଼ିଲେ ନିଶ୍ଚୟ କରାଯିବ ବୋଲି ଆଶ୍ୱସନା ଦେଇଛି। କ୍ରୁଜ ମ୍ୟାନେଜମେଣ୍ଟ ପକ୍ଷରୁ ଆବଶ୍ୟକ ଥିବା ପ୍ରତ୍ୟେକ ସାମଗ୍ରୀ ଯେମିତି କି ଥର୍ମୋମିଟର, ପାଣି, ମାସ୍କ ଓ ସାନିଟାଇଜିଂ ନ୍ୟାପକିନ୍‌ ଯୋଗାଇ ଦିଆଯାଇଛି। ଏଥିସହିତ ଆସନ୍ତା ୧୦ଦିନ ମଧ୍ୟରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯିବ ବୋଲି ବି କୁହାଯାଇଛି।

ତାମିଲନାଡୁରେ ବସବାସ କରୁଥିବା ଅନାବାଲାଗାନ୍‌ଙ୍କ ବ୍ୟତୀତ କରୋନାଭାଇରସ୍‌ ସଂକ୍ରମିତ ଅନ୍ୟ ଜଣେ ଭାରତୀୟ ହେଉଛନ୍ତି ବିନୟ କୁମାର। ବିନୟ ମୋଦୀଙ୍କୁ ସାହାଯ୍ୟ ମାଗୁଥିବାର ଏକ ଭିଡିଓ ଏଇ କିଛିଦିନ ହେବ ସାମ୍ନାକୁ ଆସିଛି। ବିନୟ କୁମାର ଜଣେ ସେଫ୍ ବା ରେ‌ାଷେୟା। ସେ ମୋଦୀଙ୍କୁ ସାହାଯ୍ୟ ମାଗି କହୁଛନ୍ତି, ‘ମୋତେ ଏହା ବି ଜଣା ନାହିଁ କି ମୁଁ ଜୀବିତ ରହିବି କି ମରିଯିବି । କେବଳ ଏତିକି ନୁହେଁ, ଚାକିରି ଚାଲିଯିବାର ବି ଭୟ ରହିଛି। କାରଣ ଆମେ ପ୍ରୋଟୋକଲ ନିମୟକୁ ଭାଙ୍ଗି ଦେଇଛୁ। ପ୍ରଧାନମନ୍ତ୍ରୀ ମୋଦୀ ଆପଣଙ୍କୁ ଗୁହାରି କରୁଛି ଆମ ଭାରତୀୟଙ୍କୁ ଏଠାରୁ ଉଦ୍ଧାର କରନ୍ତୁ। ଯେମିତି ପାକିସ୍ତାନରୁ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଉଦ୍ଧାର କରାଯାଇଥିଲା।’

publive-image Business Today

ଜାହାଜରେ ସିକ୍ୟୁରିଟି ଅଫିସର ଥିବା ଅନ୍ୟ ଜଣେ ଭାରତୀୟ ସେନାଲି ଠକ୍କର  ବି ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି। ଅନ୍ୟମାନଙ୍କୁ ଯେମିତି ଏହି ଭାଇରସ୍‌ ସଂକ୍ରମଣ ନହେଉ ସେଥିପାଇଁ ସୋନାଲିଙ୍କୁ ସୋମବାର ଆଇସୋଲେସନ୍‌ରେ ରଖା ଯାଇଥିଲା।

ଗତ ସପ୍ତାହରେ ଏହି ବିଳାସମୟ ଜାହାଜଟି ଜାପାନ ଉପକୂଳରେ ଲାଗିଥିଲା । କରୋନା ଭାଇରସ ସଂକ୍ରମଣ କାରଣରୁ ଏହି ଜାହାଜକୁ ଜାପାନ ସରକାର ପର୍ଯ୍ୟବେକ୍ଷଣରେ ରଖିଛନ୍ତି ଓ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ଦେଉନାହାନ୍ତି । ଏଥିରେ ଯାତ୍ରା କରି ହଂକଂରେ ଓହ୍ଲାଇଥିବା ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଯାତ୍ରୀମାନଙ୍କ ଶରୀରକୁ ସଂକ୍ରମଣ ବ୍ୟାପିଥିବା ସଂଦେହ କରାଯାଉଛି । ଏହି ଜାହାଜରେ ମୋଟ ୧୩୮ ଜଣ ଭାରତୀୟ ଥିବା ଜଣାଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଜାହାଜରେ ଫସିରହିଥିବା ଭାରତୀୟମାନଙ୍କୁ ଭେଟି ସେମାନଙ୍କୁ ସବୁପ୍ରକାରର ସହାୟତା କରିବାକୁ ଆଶ୍ୱାସନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe