Image Source: India Today
ନୂଆଦିଲ୍ଲୀ: ଶନିବାର ସୁଦ୍ଧା ସମଗ୍ର ବିଶ୍ବରେ କୋଭିଡ୍-୧୯ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ଟପି ଯାଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଜନ୍ ହପ୍କିନ୍ସ୍ ବିଶ୍ବବିଦ୍ୟାଳୟ ପ୍ରଦତ୍ତ ତଥ୍ୟ ଅନୁସାରେ, ଚୀନରେ କରୋନାଭାଇରସ୍ ସଂକ୍ରମଣଜନିତ ପ୍ରଥମ ମୃତ୍ୟୁ ରିପୋର୍ଟ ହେବାର ତିନି ମାସ ପରେ ଏହି ରୋଗରେ ଆକ୍ରାନ୍ତ ହୋଇ ୧୦୮, ୭୦୨ ଜଣଙ୍କର ମୃତ୍ୟୁ ଘଟିଲାଣି।
ଜାନୁଆରି ମାସରେ ଏସିଆ, ମାର୍ଚ ମାସରେ ୟୁରୋପ୍ ଏବଂ ପରେ ଆମେରିକା କରୋନାଭାଇରସ୍ ମହାମାରୀର କେନ୍ଦ୍ରସ୍ଥଳ ପାଲଟିଛି। ଫଳରେ ମାନବସମ୍ପ୍ରଦାୟରୁ ଅର୍ଦ୍ଧେକ ଲକ୍ଡାଉନ୍ରେ ରହିବାକୁ ବାଧ୍ୟ ହୋଇଛନ୍ତି। କୋଭିଡ୍-୧୯ ସଂକ୍ରମଣ ଦମନ କରିବାକୁ ବିଶ୍ବର କେତେକ ଦେଶରେ ଅତି କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲେ ବି ପ୍ରତିଦିନ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି।
ଚୀନ୍ ଓ ଇଟାଲି ପରେ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟି ଥିବା ଯୁକ୍ତରାଷ୍ଟ୍ର ଆମେରିକାର ସମୁଦାୟ ସଂକ୍ରମଣ ସଂଖ୍ୟା ଇଟାଲି ଓ ସ୍ପେନ୍କୁ ଟପିଯାଇ ଶନିବାର ସୁଦ୍ଧା ୫୨୭, ୧୧୧ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ମଧ୍ୟ ୨୦, ୦୦୦କୁ ଟପିଯାଇଛି। ଆମେରିକାର ନ୍ୟୁୟର୍କ ସହରରେ ସବୁଠୁ ଅଧିକ ସଂକ୍ରମଣ ହୋଇଛି।
ମାର୍ଚ ୨୩ ପର ଠାରୁ ସ୍ପେନ୍ରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରୁ ଲକଡାଉନ୍ କୋହଳ କରାଯାଇ ହଜାର ହଜାର ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ପସ୍ତୁତି କରୁଛନ୍ତି।
ଶନିବାର ସୁଦ୍ଧା ବ୍ରିଟେନରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧୦ ହଜାରରେ ପହଞ୍ଚିଛି। କରୋନାଭାଇରସଜନିତ ମୃତ୍ୟୁସଂଖ୍ୟାରେ ସମ୍ପ୍ରତି ବ୍ରିଟେନ୍ ପଞ୍ଚମ ସ୍ଥାନରେ ରହିଛି। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସମେତ ପ୍ରାୟ ୮୦ ହଜାର ବ୍ରିଟେନବାସୀ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ବୋରିସଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ଜଣାପଡ଼ିଛି। ଇଂଲଣ୍ଡର ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି କି, ଏଥିପାଇଁ ଯାଦୁକରୀ ସମାଧାନ ନାହିଁ, ଘରେ ରୁହନ୍ତୁ।
Image Source: India Todayଊହାନରୁ ଲକଡାଉନ୍ ଉଠିବାର ଅଳ୍ପ ଦିନ ପରେ ଶନିବାର ଦିନ ଚୀନରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇ ୯୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶୀ ପର୍ଯ୍ୟଟକ ବୋଲି ଚୀନ୍ କହିଛି। କରୋନାଭାଇରସର ଆଚରଣ ଏପର୍ଯ୍ୟନ୍ତ ଭଲଭାବେ ବୁଝି ହୋଇ ନାହିଁ ବୋଲି ଚୀନର ଡାକ୍ତରମାନେ କହିଛନ୍ତି। ଚୀନରେ ଯଦି ଦ୍ବିତୀୟ ପର୍ଯ୍ୟାୟରେ ସଂକ୍ରମଣ ହୁଏ ତାହା ଦରିଆପାରି କିଂବା ଲକ୍ଷଣ ନ ଥିବା ରୋଗୀଙ୍କ ଠାରୁ ବ୍ୟାପିବ ବୋଲି ସରକାର କହିଛନ୍ତି।
Life in Spain: Image Courtesy of India Todayସରକାର ଆଉ ଦୁଇ ସପ୍ତାହ ଲାଗି କଟକଣା ଜାରି କରିଥିଲେ ବି ସ୍ପେନରେ ସଂକ୍ରମଣ ହ୍ରାସ ପାଇଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ଚାଲୁ କରାଯିବାକୁ ବ୍ୟବସ୍ଥା କରାଯାଉଛି। ସୋମବାର ଠାରୁ ନିର୍ମାଣ ଏବଂ ଉତ୍ପାଦନ କ୍ଷେତ୍ରରୁ କର୍ମଜୀବୀମାନଙ୍କୁ କାମକୁ ଯିବାକୁ ଅନୁମତି ମିଳିବ।
Follow Us