ଏମିତି ବି ଦୃଶ୍ୟ ଦେଖିବାର ଥିଲା! ହସ୍ପିଟାଲ ବାହାରେ ପଡ଼ି ରହିଛି କରୋନା ଆକ୍ରାନ୍ତଙ୍କ ମୃତଦେହ

Advertisment
ଏମିତି ବି ଦୃଶ୍ୟ ଦେଖିବାର ଥିଲା! ହସ୍ପିଟାଲ ବାହାରେ ପଡ଼ି ରହିଛି କରୋନା ଆକ୍ରାନ୍ତଙ୍କ ମୃତଦେହ

ରାୟପୁର: ଦେଶରେ ହଠାତ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାକୁ ଲାଗିଛି। ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି। ଏହାପରେ ଛତିଶଗଡ଼ ରହିଛି।

ଛତିଶଗଡ଼ରେ ତ କରୋନାସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଆଜି(ମଙ୍ଗଳବାର)ସୁଦ୍ଧା ଛତିଶଗଡ଼ରେ ୧୩ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ କରୋନାରେ ଆକ୍ରାନ୍ତ ହୋଇ ୧୦୫ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ପରିସ୍ଥିତିରେ ଛତିଶଗଡ଼ ରାଜଧାନୀ ରାୟପୁରରେ ସରକାରୀ ହସ୍ପିଟାଲ ବାହାରେ କୁଢ଼କୁଢ଼ ମୃତଦେହ ପଡ଼ିଥିବା ଦେଖିବାକୁ ମିଳୁଛି। ଏହାର ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଦେଖି କରୋନା ଦ୍ବିତୀୟ ଲହର କେତେ ମାରାତ୍ମକ ତାହା ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି।

ହସ୍ପିଟାଲ ବାହାରେ କରୋନା ଆକ୍ରାନ୍ତଙ୍କ ମୃତଦେହ ପଡ଼ିବା ଭିଡିଓକୁ ମହାରାଷ୍ଟ୍ର ଭାଜପା ନେତା ପ୍ରେମ ଶୁକ୍ଳା ନିଜ ଟୁଇଟରରେ ସେୟାର କରିଛନ୍ତି। ଏହି ଫଟୋ ସେୟାର କରିବା ସହ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି।

ଭିଡିଓ ସେୟାର କରି ପ୍ରେମ ଶୁକ୍ଳା ଲେଖିଛନ୍ତି, ଏହି ଦୃଶ୍ୟ ଛତିଶଗଡ଼ର ଆମ୍ବେଦକର ହସ୍ପିଟାଲର। ଯେଉଁଠାରେ କରୋନାରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଛି କି ମୃତଦେହ ରଖିବା ପାଇଁ ମୃତକଙ୍କ ପରିବାରକୁ ଅପେକ୍ଷା କରିବାକୁ ପଡ଼ୁଛି। ସେଥିପାଇଁ ହସ୍ପିଟାଲ ବାହାରେ ମୃତଦେହଗୁଡ଼ିକୁ ଧାଡ଼ିଧାଡ଼ି କରି ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe