The Economic Times
ନୂଆଦିଲ୍ଲୀ: ବ୍ରିଟେନରେ କରୋନାର ନୂଆ ରୂପ ଚିହ୍ନଟ ହେବା ପରେ ଦୁନିଆରେ କୋଭିଡ୍ -୧୯ ସଂକ୍ରମଣ ପୁଣିଥରେ ଦେଖିବାକୁ ମିଳିଛି। ବ୍ରିଟେନରେ କରୋନାଭାଇରସର ନୂତନ ଷ୍ଟ୍ରେନ୍ ଆସିବା ପରଠାରୁ ଅନେକ ଦେଶ ବ୍ରିଟେନକୁ ଯିବାକୁ ଥିବା ସେମାନଙ୍କ ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି | ଏହି ସମୟ ମଧ୍ୟରେ ଭାରତ ସରକାରଙ୍କ ଉପରେ ବି ଲଣ୍ଡନକୁ ଯାଉଥିବା ସମସ୍ତ ବିମାନକୁ ବାତିଲ କରିବାକୁ ଚାପ ପକାଯାଇଛି। ଏହି କ୍ରମରେ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ତୁରନ୍ତ ବ୍ରିଟେନରୁ ସମସ୍ତ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଛନ୍ତି।
ଏକ ଟୁଇଟ୍ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କି, 'ବ୍ରିଟେନରେ କରୋନା ଭାଇରସର ଏକ ନୂଆ ରୂପ ଚିହ୍ନଟ ହୋଇଛି। ଯାହା ଏକ ସୁପର ସ୍ପ୍ରେଡର ବୋଲି କୁହାଯାଉଛି। ବ୍ରିଟେନରୁ ସମସ୍ତ ବିମାନକୁ ତୁରନ୍ତ ବାତିଲ କରିବାକୁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି। '
ବ୍ରିଟେନରେ କରୋନା ଭାଇରସର ମ୍ୟୁଟେଣ୍ଟ ମିଳିବା ପରଠାରୁ ବିଶ୍ବର ଅନେକ ଦେଶ ବ୍ରିଟେନକୁ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ଅଷ୍ଟ୍ରିଆ, ଆୟରଲ୍ୟାଣ୍ଡ ଏବଂ ବୁଲଗେରିଆ ରବିବାର ଦିନ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି।
/sambad/media/post_attachments/1f2d4f012c666d58eb27cb9df03c065fa429284c1174a3213a8e7a4b06e7799d.jpg)
ବ୍ରିଟେନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ସକ୍ରିୟ ହୋଇଯାଇଛନ୍ତି। ଯେଉଁଥିପାଇଁ ସୋମବାର ଜରୁରୀକାଳୀନ ବୈଠକ ଡକାଯାଇଥିଲା। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜଏଣ୍ଟ ମନିଟରିଂ ଗ୍ରୁପ ଡକାଇଛନ୍ତି। ଯେଉଁଥିରେ ଭାରତରେ ଡବ୍ଲୁଏଚଓ ପ୍ରତିନିଧୀ ରୋଡେରିକୋ ଏଚ୍ ମଧ୍ୟ ଅଂଶଗ୍ରହଣ କରିପାରିବେ | ଏହି ସମୟ ମଧ୍ୟରେ ବ୍ରିଟେନର ପରିସ୍ଥିତି ଏବଂ କରୋନାର ନୂତନ ଷ୍ଟ୍ରେନର ସମୀକ୍ଷା କରାଯିବ। ଯାହା ଦ୍ବାରା ଯଦି ଭାରତରେ ଏପରି ପରିସ୍ଥିତି ଆସେ ତେବେ ଏହାର ମୁକାବିଲା କରାଯାଇପାରିବ।
Follow Us