କରୋନା ଭାଇରସ୍ ସଂକ୍ରମିତଙ୍କୁ ନେଇ ଚୀନ୍‌ ଅସହାୟ

Advertisment
କରୋନା ଭାଇରସକୁ ବିଶ୍ବ ପାଇଁ ‘ଗମ୍ଭୀର ବିପଦ’ ବୋଲି ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

(Photo | AP)

ବେଜିଂ : ଚୀନ୍‌ରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଅତିକ୍ରମ କରିଯାଇଛି ଏବଂ ଏହି ଭୂତାଣୁର ମୁକାବିଲା ପାଇଁ ଏ ପର୍ଯ୍ୟନ୍ତ ଚୀନ୍‌ ଫଳପ୍ରଦ ଉପାୟ ବାହାର କରିପାରି ନାହିଁ। ପ୍ରତିଦିନ ଶତାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାରୁ ଚିକିତ୍ସା କ୍ଷେତ୍ରରେ ଅସହାୟ ସ୍ଥିତି ସୃଷ୍ଟି ହୋଇଛି । ଚୀନ୍‌ର ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ସାଧାରଣ ଭାବେ ନିମୋନିଆ ପାଇଁ ଯେଉଁ ଉପଚାର ଆବଶ୍ୟକ ତାହା ହିଁ କରାଯାଉଛି ଏବଂ କରୋନା ଭାଇରସ୍‌ର ମୁକାବିଲା ଏହାଦ୍ବାରା ସମ୍ଭବ ହୋଇପାରୁ ନାହିଁ। ଯେଉଁ ଆକ୍ରାନ୍ତମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସେମାନଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଇ ଅନ୍ୟ ଆକ୍ରାନ୍ତଙ୍କୁ ଚିକିତ୍ସା ଚାଲିଛି।

ଆକ୍ରାନ୍ତଙ୍କ ମଧ୍ୟରେ ୭୦ରୁ ୮୦ ପ୍ରତିଶତ ବରିଷ୍ଠ ନାଗରିକ ବୋଲି ଜଣାପଡ଼ିଛି। ଯେଉଁମାନେ ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ କରୋନା ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ରେ କରୋନା ଚିକିତ୍ସା ପାଇଁ ଖୋଲାଯାଇଥିବା ସ୍ବତନ୍ତ୍ର ହସ୍ପିଟାଲଗୁଡ଼ିକରେ ବହୁ ସଂଖ୍ୟାରେ ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତର କରୋନା ଆକ୍ରାନ୍ତ ହେବାରୁ ହାହାକାର ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଲକ୍ଷାଧିକ ସନ୍ଦିଗ୍ଧଙ୍କୁ ଯେଉଁ ସବୁ ଶିବିରରେ ରଖାଯାଇଛି ସେଠାରେ ମଧ୍ୟ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe