ଅସୁସ୍ଥ ହୋଇ ପଡ଼ିଲେଣି ଡାକ୍ତର, ପରିସ୍ଥିତି ଏଭଳି ରହିଲେ ଆଗକୁ ଆସିପାରେ କରୋନା ସୁନାମି

ଅସୁସ୍ଥ ହୋଇ ପଡ଼ିଲେଣି ଡାକ୍ତର, ପରିସ୍ଥିତି ଏଭଳି ରହିଲେ ଆଗକୁ ଆସିପାରେ କରୋନା ସୁନାମି

ନୂଆଦିଲ୍ଲୀ: ଚୀନ ସରକାର ଦେଶରେ ଜିରୋ କୋଭିଡ୍ ନୀତି ଆପଣାଇ ଆସୁଥିଲେ। ମାତ୍ର ଦେଶବାସୀ ଏହାକୁ ବିରୋଧ କରିବାରୁ ସରକାର ତାଲାବନ୍ଦ କଟକଣା ଉଠାଇ ଦେଇଥିଲେ। ତାଲାବନ୍ଦ କଟକଣା ଉଠିବା ପରେ ଚୀନରେ ସଂକ୍ରମଣ ହୁହୁ ହୋଇ ବ୍ୟାପିବାରେ ଲାଗିଛି। ବିଏଫ.୭ ପ୍ରଜାତି ଭୂତାଣୁ ଯୋଗୁଁ ଚୀନରେ ସଂକ୍ରମଣ ଦ୍ରୁତବେଗରେ ମାଡି ଚାଲିଛି। ଏଭଳି ପରିସ୍ଥିତି ରହିଲେ ଦେଶରେ କରୋନାର ସୁନାମି ଆସିଯିବ ବୋଲି ଆଶଙ୍କା କରାଯାଉଛି। କାରଣ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ରୋଗୀଙ୍କୁ ବେଡ ମିଳୁ ନାହିଁ। ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର ପାଇଁ ଲମ୍ବାଧାଡ଼ି ଲଗାଇବାକୁ ପଡ଼ୁଛି।

ଏହି କ୍ରମରେ ଖବର ଆସୁଛି କି ଡାକ୍ତରମାନେ ବି ଧୀରେଧୀରେ ଅସୁସ୍ଥ ହୋଇ ପଡ଼ିଲେଣି। ଚୀନରେ ବସବାସ କରୁଥିବା ଅଧିକାଂଶ ଲୋକ କରୋନା ସଂକ୍ରମଣ ଶିକାର ହୋଇଛନ୍ତି। ଚଳିତ ସପ୍ତାହରେ ଗୋଟିଏ ଦିନରେ ଚୀନରେ କରୋନାର ୩.୭ କୋଟି ମାମଲା ସାମ୍ନାକୁ ଆସିଥିଲା। ଯାହା ଅତ୍ୟନ୍ତ ଭୟାବହ ପରିସ୍ଥିତି ବୋଲି କୁହାଯାଉଛି। ଚୀନର ନାସନାଲ ହେଲଥ୍ କମିସନଙ୍କ ସୂତ୍ରରୁ ପ୍ରକାଶ, ୧ରୁ ୨୦ ଡିସେମ୍ବର ମଧ୍ୟରେ ଦେଶରେ ପାଖାପାଖି ୨୫କୋଟି ଲୋକ କରୋନା ସଂକ୍ରମିତ ହୋଇଛନ୍ତି।

କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରି ନପାରି ଚୀନ ଏବେ ପରିସ୍ଥିତିକୁ ନେଇ ଅତିଷ୍ଠ ହୋଇପଡିଲାଣି। ସେ କ’ଣ କରିବ କିଛି ଚିନ୍ତା କରି ପାରୁନାହିଁ। ପ୍ରଥମରୁ କରୋନା ସମ୍ପର୍କିତ ବାସ୍ତବ ତଥ୍ୟକୁ ଲୁଚାଇ ଆସୁଥିବା ଚୀନ ଏବେ ତଥ୍ୟ ଦେବାକୁ ସମ୍ପୂର୍ଣ୍ଣ ମନା କରିଦେଇଛି।

ପ୍ରତ୍ୟେକ ଦେଶ ନିଜର ଦୈନିକ କରୋନା ସମ୍ପର୍କିତ ତଥ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଦେଇ ଆସୁଥିବାବେଳେ ଚୀନ ଏହାକୁ ବନ୍ଦ କରିଦେଇଛି। ଏଣିକି ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ନେଇ କୌଣସି ତଥ୍ୟ ଦେବ ନାହିଁ ଚୀନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe