ଦେଶରେ ପୁଣି ୮୩ ହଜାରରୁ ଅଧିକ ସଂକ୍ରମିତ, କୋଭିଡ୍‌ ଟେଷ୍ଟିଂ ସାଢ଼େ ୪ କୋଟି ଟପିଲା

Advertisment
ମହାମାରୀର ସବୁଠାରୁ ଭୟଙ୍କର ସପ୍ତାହ, ଲଗାତାର ଦ୍ବିତୀୟ ଦିନରେ ୯୦ହଜାରରୁ ଅଧିକ ସଂକ୍ରମଣ

New Indian Express

ନୂଆଦିଲ୍ଲୀ : ଦେଶରେ ଲଗାତାର ଦ୍ବିତୀୟ ଦିନରେ ସଂକ୍ରମଣ ମାମଲା ୮୩ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୩ ହଜାର ୩୪୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧୦୯୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୭ରେ ପହଞ୍ଚିଛି ଏବଂ ୬୮ ହଜାର ୪୭୨ ଜଣ କରୋନାରେ ପ୍ରାଣ ହରାଇଲେଣି। ତେବେ ଦେଶରେ କୋଭିଡ୍‌ ମୃତ୍ୟୁହାର ୧.୭୪ ପ୍ରତିଶତକୁ ଖସି ଆସିଛି। ଦେଶରେ ଏବେ ସକ୍ରିୟ ମାମଲା ୮ ଲକ୍ଷ ୩୧ ହଜାର ୧୨୪ ରହିଛି। ମୋଟ୍‌ ସଂକ୍ରମଣ ମାମଲାର ଏହା ୨୧.୧୧ ପ୍ରତିଶତ। ସଂକ୍ରମଣ ମାମଲା ବଢ଼ୁଥି‌ଲେ ମଧ୍ୟ ଦେଶରେ ଆରୋଗ୍ୟ ହାର ୩୦ ଲକ୍ଷ ଟପିଯାଇଛି।

ଦେଶରେ କରୋନା ଟେଷ୍ଟିଂ ସାଢ଼େ ୪ କୋଟି ଟପିଯାଇଛି। ସେପ୍ଟେମ୍ବର ୩ ସୁଦ୍ଧା ୪ କୋଟି ୬୬ ଲକ୍ଷ ୭୯ ହଜାର ୧୪୫ ନମୁନା ପରୀକ୍ଷା ହୋଇଛି। ଗତକାଲି ୧୧ ଲକ୍ଷ ୬୯ ହଜାର ୭୬୫ ନମୁନା ପରୀକ୍ଷା ହୋଇଥିଲା। ୫ଟି ରାଜ୍ୟ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡ଼ୁରେ ସ୍ଥିତି ଅତ୍ୟନ୍ତ ସଂଗିନ ରହିଛି। ତେବେ ଏହି ୫ଟି ରାଜ୍ୟରେ ହାରାହାରି ଦୈନିକ ସକ୍ରିୟ ମାମଲା କମିବା ଏକ ସକାରାତ୍ମକ ଦିଗ। ଅଗଷ୍ଟ ୧୩-୧୯ ତୁଳନାରେ ଅଗଷ୍ଟ ୨୭-ସେପ୍ଟେମ୍ବର ୨ ମଧ୍ୟରେ ସକ୍ରିୟ ମାମଲା କମିଛି। ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ତାମିଲନାଡ଼ୁରେ ଦେଶର ୬୨ ପ୍ରତିଶତ ସକ୍ରିୟ ମାମଲା ରହିଛି। ତେବେ ତଥ୍ୟରୁ ଏହା ଜଣାପଡ଼ିଛି ଯେ, ତାମିଲନାଡ଼ୁରେ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୨ ମଧ୍ୟରେ ଦୈନିକ ହାରାହାରି ସକ୍ରିୟ ମାମଲା ଅଗଷ୍ଟ ୧୩-୧୯ର ସକ୍ରିୟ ମାମଲା ତୁଳନାରେ ୨୪ ପ୍ରତିଶତ କମିଛି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ୬.୮ ପ୍ରତିଶତ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ଯଥାକ୍ରମେ ପ୍ରାୟ ୧୭ ପ୍ରତିଶତ, ୧୬ ପ୍ରତିଶତ ଏବଂ ୧୩.୭ ପ୍ରତିଶତ ସକ୍ରିୟ ମାମଲା କମିଛି। ଦେଶରେ ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ମୋଟ୍‌ ସକ୍ରିୟ ମାମଲା ବି ଲଗାତାର ବଢ଼ୁଛି। ବୁଧବାର ଦେଶରେ ୬୮ ହଜାର ୫୮୪ ଜଣ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିଲେ। ସେଦିନ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ପ୍ରାୟ ୩୦ ଲକ୍ଷ ଥିଲା। କିନ୍ତୁ ଏହା ସତ୍ତ୍ବେ ଦେଶରେ ସକ୍ରିୟ ମାମଲା ୮ ଲକ୍ଷ ୧୫ ହଜାର ୫୩୮କୁ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷେ ଏହାର ଦିନକ ପୂର୍ବରୁ ଦେଶରେ ସକ୍ରିୟ ମାମଲା ୮ ଲକ୍ଷ ୧ ହଜାର ୨୮୨ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe