କମିଲା ସଂକ୍ରମଣ: ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୯୩୫ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
ଦେଶରେ ୨୪ ଘଣ୍ଟା ମଧ୍ୟରେ ୮,୫୮୬ କରୋନା ଆକ୍ରାନ୍ତ ଚିହ୍ନଟ

The Financial Express

ନୂଆଦିଲ୍ଳୀ: ଗତକାଲି ଅପେକ୍ଷା ଆଜି ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ଘଟିଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ  ୧୬,୯୩୫ କରୋନା ଭାଇରସ୍‌ ଜନିତ ସଂକ୍ରମଣ ଓ ୫୧ ମୃତ୍ୟୁ ରେକର୍ଡ ହୋଇଥିବା ବେଳେ ଆଜି ୧୫, ୫୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ କରୋନା ଜନିତ ମୃତ୍ୟୁ ୨୫ ରେକର୍ଡ ହୋଇଛି।

କରୋନାରୁ ସୁସ୍ଥ ହୋଇଛନ୍ତି ୧୬,୦୬୯ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୧,୪୩,୬୫୪ ଜଣ। ଦେଶରେ କରୋନା ସଂକ୍ରମିତଙ୍କ ସକ୍ରିୟ ହାର ୦.୩୩ ପ୍ରତିଶତ ହୋଇଥିବା ବେଳେ ସୁସ୍ଥ ହାର ରହିଛି ୯୮.୪୭ ପ୍ରତିଶତ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ମଙ୍ଗଳବାର ଆଉ ୨୫ ଜଣଙ୍କର କରୋନାରେ ମୃତ୍ୟୁ ଘଟି ମୃତ୍ୟୁ ସଂଖ୍ୟା ୫,୨୫,୭୮୫ ଛୁଇଁଛି। ଏବେ ସୁଦ୍ଧା ଦେଶରେ ଟିକା ନେଇ ସାରିଲେଣି ୨,୦୦,୩୩,୫୫,୨୫୭ ଜଣ। ଏବେ ସୁଦ୍ଧା ସମୁଦାୟ ୪୩୧୧୩୬୨୩ ଜଣ ସୁସ୍ଥ ହୋଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe