ଭାରତରେ କରୋନାଭାଇରସ୍: ୧୫୭୧୨ ଆକ୍ରାନ୍ତ, ୨୨୩୦ ସୁସ୍ଥ ଓ ୫୦୭ ମୃତ

Advertisment
ଭାରତରେ କରୋନାଭାଇରସ୍: ୧୫୭୧୨ ଆକ୍ରାନ୍ତ, ୨୨୩୦ ସୁସ୍ଥ ଓ ୫୦୭ ମୃତ

Image Source: Deccan Herald

ନୂଆଦିଲ୍ଲୀ: ଏପ୍ରିଲ୍ ୧୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୫୭୧୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୨୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୫୦୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୫ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୪୨ ଜଣ, ଗୁଜରାଟରେ ୫୩ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୫ ଜଣ, ଝାଡ଼ଖଣ୍ଡରେ ୨ ଜଣ, କର୍ଣ୍ଣାଟକରେ ୧୪ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୭୦ ଜଣ, ମହାରାଷ୍ଟ୍ରରେ ୨୧୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୩ ଜଣ, ରାଜସ୍ଥାନରେ ୧୧ ଜଣ, ତାମିଲନାଡୁରେ ୧୫ ଜଣ, ତେଲେଙ୍ଗାନାରେ ୧୮ ଜଣ, ଉତ୍ତରପ୍ରଦେଶରେ ୧୪ ଜଣ ଏବଂ ପଶ୍ଚମବଙ୍ଗରେ ୧୨ ଜଣ ।

publive-image Image Source: India Today

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୪), ଆନ୍ଧ୍ରପ୍ରଦେଶ (୬୦୩), ଅରୁଣାଚଳ ପ୍ରଦେଶ (୧), ଆସାମ (୩୫), ବିହାର (୮୬), ଚଣ୍ଡିଗଡ଼ (୨୩), ଛତିଶଗଡ଼ (୩୬), ଦିଲ୍ଲୀ (୧୮୯୩), ଗୋଆ (୭), ଗୁଜରାଟ (୧୩୭୬), ହରିୟାଣା (୨୨୫), ହିମାଚଳ ପ୍ରଦେଶ (୩୯), ଜମ୍ମୁ ଓ କଶ୍ମୀର (୩୪୧), ଝାଡ଼ଖଣ୍ଡ (୩୪) କର୍ଣ୍ଣାଟକ (୩୮୫), କେରଳ (୪୦୦), ଲଦାଖ (୧୮), ମଧ୍ୟପ୍ରଦେଶ (୧୪୦୭), ମହାରାଷ୍ଟ୍ର (୩୬୫୧), ମଣିପୁର (୨), ମେଘାଳୟ (୧୧), ମିଜୋରାମ (୧), ଓଡ଼ିଶା (୬୧), ପୁଦ୍ଦୁଚେରୀ (୭), ପଞ୍ଜାବ (୨୦୨), ରାଜସ୍ଥାନ (୧୩୫୧), ତାମିଲନାଡୁ (୧୩୭୨), ତେଲେଙ୍ଗାନା (୮୦୯), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୨), ଉତ୍ତରପ୍ରଦେଶ (୯୬୯) ଓ ପଶ୍ଚିମବଙ୍ଗ (୩୧୦) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୧), ଆନ୍ଧ୍ରପ୍ରଦେଶ (୪୨), ଆସାମ (୧୨), ବିହାର (୩୭), ଚଣ୍ଡିଗଡ଼ (୧୦), ଛତିଶଗଡ଼ (୨୪), ଦିଲ୍ଲୀ (୭୨), ଗୋଆ (୬), ଗୁଜରାଟ (୯୩), ହରିୟାଣା (୪୩), ହିମାଚଳ ପ୍ରଦେଶ (୧୬), ଜମ୍ମୁ ଓ କଶ୍ମୀର (୫୧), କର୍ଣ୍ଣାଟକ (୧୦୪), କେରଳ (୨୫୭), ଲଦାଖ (୧୪), ମଧ୍ୟପ୍ରଦେଶ (୧୨୭), ମହାରାଷ୍ଟ୍ର (୩୬୫), ମଣିପୁର (୧), ଓଡ଼ିଶା (୨୪), ପୁଦ୍ଦୁଚେରୀ (୩), ପଞ୍ଜାବ (୨୭), ରାଜସ୍ଥାନ (୧୮୩), ତାମିଲନାଡୁ (୩୬୫), ତେଲେଙ୍ଗାନା (୧୮୬), ତ୍ରିପୁରା (୧), ଉତ୍ତରାଖଣ୍ଡ (୯), ଉତ୍ତରପ୍ରଦେଶ (୮୬) ଓ ପଶ୍ଚିମବଙ୍ଗ (୬୨) ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe