ଭାରତରେ କରୋନାଭାଇରସ୍ ସଂକ୍ରମଣ : ୩୩୭୪ ଆକ୍ରାନ୍ତ, ୨୬୬ ସୁସ୍ଥ ଓ ୭୭ ମୃତ

Advertisment
ଭାରତରେ କରୋନାଭାଇରସ୍ ସଂକ୍ରମଣ : ୩୩୭୪ ଆକ୍ରାନ୍ତ, ୨୬୬ ସୁସ୍ଥ ଓ ୭୭ ମୃତ

ନୂଆଦିଲ୍ଲୀ: ଏପ୍ରିଲ୍ ୫ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୩୩୭୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୭୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୬ ଜଣ, ଗୁଜରାଟରେ ୧୦ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୨ ଜଣ, କର୍ଣ୍ଣାଟକରେ ୪ ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୬ ଜଣ, ମହାରାଷ୍ଟ୍ରରେ ୨୪ ଜଣ, ପଞ୍ଜାବରେ ୫ ଜଣ, ତାମିଲନାଡୁରେ ୩ ଜଣ, ତେଲେଙ୍ଗାନାରେ ୭ ଜଣ, ଉତ୍ତରପ୍ରଦେଶରେ ୨ଜଣ ଏବଂ ପଶ୍ଚମବଙ୍ଗରେ ୩ ଜଣ ।

publive-image Image Source: Livemint

ଏହାଛଡ଼ା ଭାତରରେ ଅଧିକ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ୯ଟି ଅଞ୍ଚଳକୁ ସରକାର ହଟସ୍ପଟ୍ ଭାବେ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଉଛି ଲଦାଖ, ପଞ୍ଜାବର ସହିଦ ଭଗତ ସିଂହ ନଗର, ଦିଲ୍ଲୀର ଦିଲସାଦ ଗାର୍ଡେନ୍ ଓ ନିଜାମୁଦ୍ଦିନ, ରାଜସ୍ଥାନର ଭିଲୱାରା, ମହାରାଷ୍ଟ୍ରର ପୁଣେ ଓ ମୁମ୍ବାଇ, କେରଳର କସାରଗଡ଼ ଓ ପତନମତିଟଟ ।

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୧୬୧), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୦), ଅରୁଣାଚଳ ପ୍ରଦେଶ (୧), ଆସାମ (୨୪), ବିହାର (୩୦), ଚଣ୍ଡିଗଡ଼ (୧୮), ଛତିଶଗଡ଼ (୯), ଦିଲ୍ଲୀ (୪୪୫), ଗୋଆ (୭), ଗୁଜରାଟ (୧୦୫), ହରିୟାଣା (୪୯), ହିମାଚଳ ପ୍ରଦେଶ (୬), ଜମ୍ମୁ ଓ କଶ୍ମୀର (୯୨), ଝାଡ଼ଖଣ୍ଡ (୨) କର୍ଣ୍ଣାଟକ (୧୪୪), କେରଳ (୩୦୬), ଲଦାଖ (୧୪), ମଧ୍ୟପ୍ରଦେଶ (୧୦୪), ମହାରାଷ୍ଟ୍ର (୪୯୦), ମଣିପୁର (୨), ମିଜୋରାମ (୧), ଓଡ଼ିଶା (୨୦), ପୁଦ୍ଦୁଚେରୀ (୫), ପଞ୍ଜାବ (୫୭), ରାଜସ୍ଥାନ (୨୦୦), ତାମିଲନାଡୁ (୪୮୫), ତେଲେଙ୍ଗାନା (୨୬୯), ଉତ୍ତରାଖଣ୍ଡ (୨୨), ଉତ୍ତରପ୍ରଦେଶ (୨୨୭) ଓ ପଶ୍ଚିମବଙ୍ଗ (୬୯) ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe