କରୋନାଭାଇରସ୍ ସଙ୍କଟଜନିତ ସଂସ୍କାର ଲାଗି ମାସକରେ ୫୦ରୁ ଅଧିକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

Advertisment
କରୋନାଭାଇରସ୍ ସଙ୍କଟଜନିତ ସଂସ୍କାର ଲାଗି ମାସକରେ ୫୦ରୁ ଅଧିକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of The Times of India

ନୂଆଦିଲ୍ଲୀ: କରୋନାଭାଇରସ୍ ପ୍ରଭାବଜନିତ ସଙ୍କଟର ନିରାକରଣ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଗତ ପ୍ରାୟ ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦ରୁ ଅଧିକ ଉପସ୍ଥାପନ ଓ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି।

ନିୟମିତ ପ୍ରତ୍ୟକ୍ଷ ସମ୍ପୃକ୍ତି ଭଳି କାର୍ଯ୍ୟ ଏବଂ ସର୍ବସାଧାରଣ କାର୍ଯ୍ୟକ୍ରମ ନ ଥିବାରୁ ଗୋଟିଏ ଦିନରେ ଏକାଧିକ ଭର୍ଚ୍ୟୁଆଲ୍ ଆଲୋଚନାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ‌ଯଥେଷ୍ଟ ସମୟ ଥିଲା। ପ୍ରାୟ ୧୦ ଜଣ ବ୍ୟକ୍ତି ଯୋଗ ଦେଉଥିବା ଏହି ସମୀକ୍ଷା ବୈଠକ ସବୁ ହାରାହାରି ଦୁଇ ଘଣ୍ଟା ଧରି ଚାଲୁଥିଲା। ଏମିତି ହିସାବ କଲେ ପ୍ରଧାନମନ୍ତ୍ରୀ ଏଥିପାଇଁ ସମୁଦାୟ ୧୦୦୦ ଘଣ୍ଟା ସମୟ ବ୍ୟୟ କରିଛନ୍ତି ବୋଲି ଶୀର୍ଷସ୍ତରୀୟ ଅଧିକାରୀମାନେ କହିଛନ୍ତି। ଅଭିବୃଦ୍ଧି ବଢ଼ାଇବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା ଉପରେ ଏହି ସବୁ ବୈଠକ ଅନୁଷ୍ଠିତ ହୋଇଛି।

publive-image Image Courtesy of The Times of India

ଭିତ୍ତିଭୂମି ପରିଚାଳନା, ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଟିକସ ପର୍ଯ୍ୟନ୍ତ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଜନସାଧାରଣଙ୍କ ଜୀବନଯାତ୍ରା ସହଜ କରିବାକୁ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀକୁ ସୁହାଇବା ଭଳି ଜନମଙ୍ଗଳ ଯୋଜନା କରିବା ଆଦି ସଂକ୍ରାନ୍ତରେ ଏକାଧିକ ବୈଠକ ଆୟୋଜିତ ହୋଇଛି।

ବନ୍ଦରମାନଙ୍କ ଆଖପାଖରେ ଥିବା ଜମିର ବ୍ୟବହାର, ସ୍ବଚ୍ଛତା ଉନ୍ନତ କରିବାକୁ ଫେସ୍‌ଲେସ୍ ଟ୍ୟାକ୍ସ୍ ଆସେସ୍‌ମେଣ୍ଟ୍‌, ସ୍ଥାନୀୟ ସରକାରୀସ୍ତରରେ ରାଜ୍ୟର ସାମର୍ଥ୍ୟ ବଢ଼ାଇବାକୁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ମଫସଲ ଅଞ୍ଚଳରେ ଅନ୍‌ଲାଇନ୍ ଶିକ୍ଷା ପ୍ରସାର ଲାଗି ଯୋଜାନା ଏବଂ ‘ଡିବିଟି’ ଯୋଜନାରେ ଅଧିକ ‘ୟୁପିଆଇ’ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ମହାମାରୀକୁ ଚାହିଁ ଅଧିକ ସଂସ୍କାର ବ୍ୟବସ୍ଥା କରିବାକୁ ଏହି ବୈଠକରେ ନୀତି ଆୟୋଗ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ଉପଦେଷ୍ଟା ପରିଷଦ୍ ଏବଂ ଅର୍ଥ ମନ୍ତ୍ରାଳୟ ବିଭିନ୍ନ ପ୍ରସ୍ତାବନା ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe