ବିବାଦରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ, କହିଲେ; କରୋନା ଏକ ଜୀବିତ ଜୀବ, କରୋନାର ବି ରହିଛି ବଞ୍ଚିବାର ଅଧିକାର

Advertisment
ବିବାଦରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ, କହିଲେ; କରୋନା ଏକ ଜୀବିତ ଜୀବ, କରୋନାର ବି ରହିଛି ବଞ୍ଚିବାର ଅଧିକାର

ନୂଆଦିଲ୍ଲୀ: ‘କରୋନା ଏକ ଜୀବିତ ଜୀବ’ । ‘କରୋନାର ବି ରହିଛି ବଞ୍ଚିବାର ଅଧିକାର’ । କରୋନା ଏକ ଜୀବ, ତାକୁ ବି ଏ ଦୁନିଆରେ ବଞ୍ଚିବାର ଅଧିକାର ଅଛି । କିଛି ଏପରି ବୟାନ ଦେଇ ଏବେ ବିବାଦ ଘେରକୁ ଆସିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ । ତ୍ରିଭେନ୍ଦ୍ର ସିଂହ ରାୱତ କହିଛନ୍ତି, କରୋନା ଭାଇରସ ଏକ ଜୀବିତ ଜୀବ ଅଟେ, ଯାହାକୁ ବଞ୍ଚିବାର ଅଧିକାର ରହିଛି । ସୋସିଆଲ ମିଡିଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି ।

ଗତକାଲି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ କହିଥିଲେ, ଦାର୍ଶନିକ ଦୃଷ୍ଟକୋଣରୁ ଯଦି ଦେଖାଯାଏ, ତେବେ କରୋନା ଭାଇରସ ମଧ୍ୟ ଏକ ଜୀବିତ ଜୀବ ଅଟେ । ଅନ୍ୟ ଲୋକମାନଙ୍କ ଭଳି ତାକୁ ମଧ୍ୟ ବଞ୍ଚିବାର ଅଧିକାର ରହିଛି । କିନ୍ତୁ ଆମେ ମଣିଷମାନେ ନିଜକୁ ସବୁଠୁ ବୁଦ୍ଧିମାନ ଭାବୁଛୁ, ଆଉ ତାକୁ ମାରିଦବାକୁ ପ୍ରସ୍ତୁତ ଅଛୁ । ଆଉ ଏଥିପାଇଁ ସେ କ୍ରମାଗତ ଭାବେ ନିଜକୁ ବଦଳାଉଛି । ସମସ୍ତେ କରୋନା ଭାଇରସ ପଛରେ ଲାଗିଛନ୍ତି, ଯେଉଁଥିପାଇଁ ସେ ବଞ୍ଚିବାକୁ ନିଜ ରୂପ ବଦଳାଉଛି, ଆଉ ଏବେ ବହୁରୂପିଆ ହୋଇଯାଇଛି ।

publive-image India TV

ଯେତେବେଳେ ସାରା ଦେଶ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସହ ସଂଘର୍ଷ କରୁଛି, ଦିନକୁ ଦିନ ହଜାର ହଜାର ଲୋକ କରୋନାରେ ପ୍ରାଣ ହରାଉଛନ୍ତି, ସେତେବେଳେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ ଏପରି ବୟାନ ପରେ ଏବେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରୁଛନ୍ତି ଲୋକେ । ସାରା ଦେଶ ସଙ୍କଟ ଭିତରେ ଗତି କରୁଥିବା ବେଳେ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ, ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe