କେରଳ: କୋରୋନା ଭାଇରସ୍‌ ଲକ୍ଷଣ ନେଇ ଚୀନର ଉହ୍ବାନ ସହରରୁ ଫେରିଥିବା ୭ ଜଣଙ୍କୁ ହସ୍ପିଟାଲ୍‌ର ପୃଥକ ୱାର୍ଡରେ ରଖାଯାଇଛି

କେରଳ: କୋରୋନା ଭାଇରସ୍‌ ଲକ୍ଷଣ ନେଇ ଚୀନର ଉହ୍ବାନ ସହରରୁ ଫେରିଥିବା ୭ ଜଣଙ୍କୁ ହସ୍ପିଟାଲ୍‌ର ପୃଥକ ୱାର୍ଡରେ ରଖାଯାଇଛି

(Photo | Albin Mathew/EPS)

ତରୁବନନ୍ତପୁରମ୍‌: କୋରୋନା ଭାଇରସ୍‌ରେ ଆକ୍ରାନ୍ତ ହେବାର ଲକ୍ଷଣ ନେଇ ଚୀନର ଉହ୍ବାନ ସହରରୁ ଫେରିଥିବା ୭ ଜଣଙ୍କୁ କେରଳର  ବିଭିନ୍ନ ହସ୍ପିଟାଲ୍‌ର ପୃଥକ ୱାର୍ଡରେ ରଖାଯାଇଛି। ଉହ୍ବାନରୁ ଫେରିଥିବା ଏହି ଲୋକମାନଙ୍କ ଭିତରେ କୋରୋନା ଭାଇରସ୍‌ର ଲକ୍ଷଣ ଦେଖିବାକୁ ମିଳିଛି। ଅତିରିକ୍ତ ଥଣ୍ଡା-ଜ୍ବର ଓ କଫ ସହ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଭଳି ଅନ୍ୟାନ୍ୟ ଲକ୍ଷଣ ବି ଦେଖିବାକୁ ମିଳିଛି।

ଉହ୍ବାନ ସହରରୁ ସମୁଦାୟ ୧୭୨ ଜଣ ଫେରିଥିବା ବେଳେ କେବଳ ୭ ଜଣଙ୍କ ଭିତରେ କୋରୋନ ଭାଇରସ୍‌ର ଲକ୍ଷଣ ଦେଖିବାକୁ ମିଳିଛି। ୭ ଜଣଙ୍କ ମଧ୍ୟରୁ ୩ ଜଣ ଏର୍ଣ୍ଣାକୁଲମ ଜିଳ୍ଳାର ଥିବା ବେଳେ ଅନ୍ୟମାନେ ତ୍ରିଶୁରା, ତିରୁବନନ୍ତପୁରମ, ପଠନାମଥିଟ୍ଟା ଓ ମାଲାପୁରମର ବୋଲି ଜାଣିବାକୁ ମିଳିଛି।

publive-image WebMD

ସେମାନଙ୍କ ରକ୍ତକୁ ପରୀକ୍ଷା ପାଇଁ ସେମାନଙ୍କର ରକ୍ତର ନମୂନାକୁ ପୁଣେରେ ଥିବା ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଛି। ପୂରା ଦେଶରେ ଏବେ ସୁଦ୍ଧା ସମୁଦାୟ ୧୧ ଜଣ ଲୋକ କୋରୋନା ଭାଇରସ୍‌ର ଆକ୍ରାନ୍ତ ହୋଇଛନ୍ତି। ୭ ଜଣ କେରଳର ହୋଇଥିବା ବେଳେ ୨ ଜଣ ମୁମ୍ବାଇର, ଜଣେ ବେଙ୍ଗାଲୁରୁର ଓ ଅନ୍ୟ ଜଣେ ହାଇଦ୍ରାବାଦ୍‌ର।

ଉଲ୍ଳେଖଯୋଗ୍ୟ, ଚୀନର ଉହ୍ବାନ ସହରରେ ୨୫୦ରୁ ୩୦୦ ଭାରତୀୟ ସେହି ସହରରେ ରହିଥିବା ବେଳେ ସେମାନେ ‌ସେଠାରୁ ସ୍ବଦେଶ ଫେରିବା ଅସମ୍ଭବ ହୋଇପଡ଼ିଛି।  ଭାରତ ସରକାର ସେମାନଙ୍କୁ ଛାଡ଼ିଦେବାକୁ ଚୀନକୁ ଅନୁରୋଧ କରିଛନ୍ତି। ନେସ୍‌ନାଲ୍‌ ହେଲ୍‌ଥ କମିସନ୍‌ର ରିପୋର୍ଟ ମୁତାବକ ଚୀନରେ ଏବେ ସୁଦ୍ଧା ଏହି ଭାଇରସ୍‌ ହେତୁ ୫୬ ଜଣ ଲୋକଙ୍କର ଜୀବନ ଗଲାଣି। ଏହା ଛଡା ୨୦୦୦ରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ପୀଡିତ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଦେଖାଦେଇଛି। ଚୀନର ନ୍ୟାସନାଲ୍‌ ହେଲ୍‌ଥ କମିସନଙ୍କ ରିପୋର୍ଟ ମୁତାବକ ଶୁକ୍ରବାର ଦିନ ୪୪୪ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଯେଉଁଥିରୁ ୨୩୭ ଜଣ ରୋଗୀଙ୍କ ସଂଖ୍ୟା ଉଦବେଗଜନକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe