ପୁଣି ବଢ଼ିଲା ସଂକ୍ରମଣ; ଦିନକରେ ୧୮,୩୧୩ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
ଦେଶରେ କରୋନା ମୃତ୍ୟୁ ଶୂନ, ୨୦୨୦ ମାର୍ଚ୍ଚ ପରେ ପ୍ରଥମ

NDTV.com

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ। ଗତକାଲି ୧୪,୮୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୮,୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୁତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୯,୩୮,୭୬୪ରେ ପହଞ୍ଚିଛି।  ଗତକାଲି କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬ ରହିଥିବା ବେଳେ ଆଜି ୫୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୨୦,୭୪୨ ଜଣ। ଏବେ ବି ସକ୍ରିୟ ଅଛନ୍ତି ୧,୪୫,୦୨୬ ଜଣ ସଂକ୍ରମିତ। ଦୈନିକ କରୋନା ପଜିଟିଭ୍‌ ହାର ରହିଛି ୪.୩୧ ପ୍ରତିଶତ। ଦେଶରେ ଏବେ ସୁଦ୍ଧା ୨,୦୨,୭୯,୬୧,୭୨୨ ଜଣଙ୍କୁ ଟିକା ଦିଆ ସରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe