ଗତକାଲି ଅପେକ୍ଷା ହ୍ରାସ ପାଇଛି ସଂକ୍ରମଣ; ୨୪ ଘଣ୍ଟାରେ ୯,୯୨୩ କରୋନା ଆକ୍ରାନ୍ତ

Advertisment
ଭୁବନେଶ୍ବରରେ ମାସ୍କ ପରିଧାନ ନିୟମ କଡ଼ାକଡ଼ି; ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

Mathrubhumi English

ନୂଆଦିଲ୍ଲୀ: କରୋନା ଧୀରେ ଧୀରେ ପୁଣି ମୁଣ୍ଡ ଟେକିବାର ଲାଗିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୯୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅବଶ୍ୟ ଗତକାଲି ଅପେକ୍ଷା କରୋନା ସଂକ୍ରମଣ ସାମନ୍ୟ ହ୍ରାସ ପାଇଛି। ଗତକାଲି ଦେଶରେ ୧୨,୭୮୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କୁ ମୃତ୍ୟୁ ରେକର୍ଡ କରାଯାଇଥିଲା। ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତ ସଂଖ୍ୟା ୪,୩୩,୧୯୩୯୬ରେ ପହଞ୍ଚିଛି।

ଦେଶରେ ସକ୍ରିୟ ଅଛନ୍ତି ୭୯,୩୧୩ ଜଣ ଆକ୍ରାନ୍ତ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୪,୮୯୦ରେ ପହଞ୍ଚିଛି।

ସମୁଦାୟ ସଂକ୍ରମଣ ତୁଳନାରେ ସକ୍ରିୟ ମାମଲା ହେଉଛି ୦.୧୮ ପ୍ରତିଶତ। ଜାତୀୟ କରୋନା ସୁସ୍ଥ ହାର ରହିଛି ୯୮.୬୧ ପ୍ରତିଶତ। ଦୈନିକ ସଂକ୍ରମଣ ହାର ୨.୫୫ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୨.୬୭ ପ୍ରତିଶତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe