ଲକ୍‌ଡାଉନ୍‌ ପାଳନରେ ଦେଶର ଏହି ରାଜ୍ୟ ହୋଇଛି ସବୁଠାରୁ ସଫଳ

Advertisment
ଲକ୍‌ଡାଉନ୍‌ ପାଳନରେ ଦେଶର ଏହି ରାଜ୍ୟ ହୋଇଛି ସବୁଠାରୁ ସଫଳ

ndtv

ତିରୁବନ୍ତପୁରମ୍‌: କରୋନା ମୁକାବିଲା ପାଇଁ ସାରା ଦେଶରେ ଜାରି ହୋଇଛି ଲକ୍‌ଡାଉନ୍‌। ପ୍ରାୟ ରାଜ୍ୟ ଏହାକୁ ସଫଳତାର ସହ ପାଳନ କରିବାରେ ଲାଗିଛନ୍ତି। ମାତ୍ର ଏହି ଦୌଡ଼ରେ ସବୁଠାରେ ଆଗରେ କେଉଁ ରାଜ୍ୟ ଅଛି ଜାଣନ୍ତି? କେରଳ। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଦେଶର ଅନ୍ୟ ସମସ୍ତ ରାଜ୍ୟମାନଙ୍କ ତୁଳନାରେ ଲକ୍‌ଡାଉନ୍‌ ପାଳନ କରିବାରେ କେରଳ ସବୁଠାରୁ ଅଧିକ ସଫଳ ହୋଇପାରିଛି।

କେରଳ ପରେ ପରେ ଦ୍ବିତୀୟରେ ରହିଛି ତାମିଲ୍‌ନାଡୁ। ଏହି ରାଜ୍ୟରେ ମଧ୍ୟ ଲକ୍‌ଡାଉନ୍‌କୁ ଲୋକେ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ବି ଲକ୍‌ଡାଉନ୍‌ କିଛି ମାତ୍ରାରେ ସଫଳ ହୋଇଥିବା ଜାଣିବାକୁ ମିଳିଛି। ତା’ପରେ କର୍ଣ୍ଣାଟକ ଓ ତେଲେଙ୍ଗାନା ପରି ଦକ୍ଷିଣ ରାଜ୍ୟଗୁଡ଼ିକରେ ମଧ୍ୟ ଲକ୍‌ଡାଉନ୍‌ ପ୍ରାୟତଃ ସଫଳ ହୋଇଛି।

ଉଲ୍ଲେଖଯୋଗ୍ୟ, ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ଧୀରେ ଧୀରେ ଭାରତରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିବାରୁ କେନ୍ଦ୍ର ସରକାର ମାର୍ଚ ୨୫ ତାରିଖରୁ ୨୧ ଦିନିଆଲ୍‌ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। କେତେକ ରାଜ୍ୟର ସରକାର ଏହି ଲକ୍‌ଡାଉନ୍‌ର କାଳ ବୃଦ୍ଧି କରାଇ ଏପ୍ରିଲ୍‌ ଶେଷ ପର୍ଯ୍ୟନ୍ତ କରି ଦେଇଛନ୍ତିି। ଲକ୍‌ଡାଉନ୍‌ର ଦ୍ବିତୀୟ ସପ୍ତାହରେ ଦେଶବାସୀଙ୍କ ଉପରେ ଏହାର ଅନେକ ସକାରାତ୍ମକ ପ୍ରଭାବ ପଡ଼ିଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe