ଗୋ‌ଷ୍ଠୀ ସଂକ୍ରମଣ ଆରମ୍ଭ! ସତର୍କ କଲେ ବିଶେଷଜ୍ଞ; କରୋନା ନିୟନ୍ତ୍ରଣ ପଦକ୍ଷେପକୁ କଡ଼ା ସମାଲୋଚନା

କୋଭିଡ୍ ସଂକ୍ରମଣରୁ ଶୀଘ୍ର ନିସ୍ତାର ମିଳିବନି, କରୋନାଭୂତାଣୁ ପାଇଁ ଗୋଷ୍ଠୀ ପ୍ରତିରୋଧ କ୍ଷମତାଠାରୁ ବିଶ୍ବ ବହୁ ଦୂରରେ

India Today

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ସରକାର କିନ୍ତୁ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥାକୁ ସ୍ବୀକାର କରୁନାହାନ୍ତି। ଗୋଟିଏ ପଟେ ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାବେଳେ ସରକାର ଏହି ସମୟରେ ଲକ୍‌ଡାଉନ୍ କଟକଣା କୋହଳ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ବି‌ଶେଷଜ୍ଞମାନେ କଡ଼ା ସମାଲୋଚନା କରିଛନ୍ତି। କ‌ରୋନା ନିୟନ୍ତ୍ରଣ ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ଗବେଷଣା ଗୋଷ୍ଠୀରେ ସାମିଲ ଥିବା କିଛି ବିଶେଷଜ୍ଞ ମଧ୍ୟ ସରକାରଙ୍କର ଏପରି ପଦକ୍ଷେପକୁ ସମାଲୋଚନା କରିଛନ୍ତି।

publive-image Cynexlink

ଭାରତୀୟ ଜନ ସ୍ବାସ୍ଥ୍ୟ ସଂଗଠନ, ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ପ୍ରିଭେନ୍‌ଟିଭ୍‌ ଆଣ୍ଡ୍‌ ସୋସିଆଲ୍‌ ମେଡିସିନ୍‌ ଏବଂ ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ଏପିଡେମି‌ଓଲୋଜିଷ୍ଟ୍‌ ଦ୍ବାରା ଜାରି ହୋଇଥିବା ଏକ ମିଳିତ ବିବୃତିରେ କହାଯାଇଛି ଯେ ବର୍ତ୍ତମାନ ସ୍ଥିତି‌ରେ କ‌ରୋନା ମହାମାରୀକୁ ସମ୍ପୂର୍ଣ୍ଣ ହଟାଇ ଦେଇହେବ ବୋଲି ସରକାର ଆଶା କରିବା ଅବାସ୍ତବ। ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି। ସେମାନେ ଆହୁରି କହିଛନ୍ତି, ମାର୍ଚ୍ଚ ୨୫ରୁ ମେ’ ୩୦ ତାରିଖ ଯାଏ ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ଏହା ସତ୍ତ୍ବେ ଦେଶରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି।

ଜାରି ‌ହୋଇଥିବା ଏହି ମିଳିତ ବିବୃତିରେ ଏମ୍‌ସର ବିଶେଷଜ୍ଞ ଡାକ୍ତର ଶଶିକାନ୍ତ, ବିଏଚ୍‌ୟୁର ପୂର୍ବତନ ପ୍ରଫେସର ଡିସିଏସ୍‌ ରେଡ୍ଡିଙ୍କ ସ୍ବାକ୍ଷର ରହିଛି। ଗୋଷ୍ଠୀ ସଂକ୍ରମଣ ‌ହୋଇନାହିଁ ବୋଲି ସରକାର କହୁଥିଲେ ମଧ୍ୟ ଦେଶରେ କିଛି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ସାରିଛି। ତେଣୁ କରୋନା ନିୟନ୍ତ୍ରଣ ନେଇ ସରକାର ମହାମାରୀ ରୋଗ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିବା ଉଚିତ ବୋଲି ବ‌ିଶେଷଜ୍ଞମାନେ କହିଛନ୍ତି। ଅନ୍ୟପକ୍ଷରେ ଦେଶରେ ପ୍ରବାସୀ ସଙ୍କଟକୁ ଯେଉଁଭଳି ମୁକାବିଲା କରାଯାଉଛି ତାହା ଭୂତାଣୁ ନିୟନ୍ତ୍ରଣ ଦିଗରେ ଅଧିକ ଚ୍ୟାଲେଂଜ ସୃଷ୍ଟି କରିଛି ସେମାନେ ବୋଲି ସତର୍କ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe