ଆରମ୍ଭ ହେଲାଣି ‌ଗୋଷ୍ଠୀ ସଂକ୍ରମଣ! ଆଇଏମ୍ଏ କହିଲା ସ୍ଥିତି ଭୟଙ୍କର

Advertisment
ଆରମ୍ଭ ହେଲାଣି ‌ଗୋଷ୍ଠୀ ସଂକ୍ରମଣ! ଆଇଏମ୍ଏ କହିଲା ସ୍ଥିତି ଭୟଙ୍କର

ABC News

ନୂଆଦିଲ୍ଲୀ : ଏବେ ସମଗ୍ର ଦେଶରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। କିନ୍ତୁ ସରକାର କହୁଛନ୍ତି, ଏଯାଏଁ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ନାହିଁ। ଏଭଳି ଏକ ସମୟରେ ଆଇଏମ୍ଏ (ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌) ଭିନ୍ନ ମତ ରଖିଛି। ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି ଏବଂ ପରିସ୍ଥିତି ଭୟଙ୍କର ରହିଛି ବୋଲି ଆଇଏମ୍‌ଏ ପକ୍ଷରୁ କୁହାଯାଇଛି।

ଭାରତର ଆଇଏମ୍‌ଏ ହସ୍ପିଟାଲ୍‌ ବୋର୍ଡ ଅଧ୍ୟକ୍ଷ ଡ. ଭିକେ ମୋଙ୍ଗା କହିଛନ୍ତି ଯେ କରୋନା ସଂକ୍ରମଣ ବଢ଼ିଛି। ପ୍ରତିଦିନ ସଂକ୍ରମଣ ୩୦ ହଜାରରୁ ଅଧିକ ରହୁଛି। ଦେଶରେ ବର୍ତ୍ତମାନ ଅତ୍ୟନ୍ତ ଖରାପ୍‌ ସ୍ଥିତି ଉପୁଜିଛି। ଏହାର ଅନେକ କାରଣ ରହିଛି। କିନ୍ତୁ କରୋନା ସଂକ୍ରମଣ ମାମଲା ଏବେ ଗ୍ରାମାଞ୍ଚଳରେ ମଧ୍ୟ ଉଦ୍‌ବେଗଜନକ ଭାବେ ବ୍ୟାପିବା ଖରାପ ସଙ୍କେତ। ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ଏଥିରୁ ଜଣାପଡ଼ୁଛି। ଡ. ମୋଙ୍ଗା କହିଛନ୍ତି ଯେ ଗ୍ରାମ ଏବଂ କ୍ଷୁଦ୍ର ସହରରେ ଏବେ କରୋନା ପ୍ରବେଶ କରୁଛି। ସେଠାରେ କରୋନା ନିୟନ୍ତ୍ରଣ କରିବା ଖୁବ୍‌ କଷ୍ଟଦାୟକ ହୋଇଯିବ।

ଦିଲ୍ଲୀରେ କରୋନକୁ ନିୟନ୍ତ୍ରଣ କରିବାରେ କିଛି ସଫଳତା ମିଳିଛି। କିନ୍ତୁ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଗୋଆ, ମଧ୍ୟପ୍ରଦେଶର ଆଭ୍ୟନ୍ତରୀଣ ଅଂଚଳରେ ସ୍ଥିତି ଅତ୍ୟନ୍ତ ବିଗିଡ଼ିଯିବ। ଆଗକୁ ଏଠାରେ ନୂଆ ହଟ୍‌ସ୍ପଟ୍‌ ସୃଷ୍ଟି ହେଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଅନ୍ୟପକ୍ଷରେ ଭାରତରେ ଗୋଷ୍ଠୀ ରୋଗ ପ୍ରତିରୋଧକତା ସୃଷ୍ଟି ହେଲେ କିମ୍ବା ସଫଳ କରୋନା ଟିକା ଉପଲବ୍ଧ ହେଲେ ଯାଇ ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe