Onmanorama - Malayala Manorama
ନୂଆଦିଲ୍ଲୀ: ହରିୟାଣାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ସମସ୍ୟା। ଅତିକମ୍ରେ ୨୪ଜଣ ଚୀନ ଫେରନ୍ତା କରୋନାଭାଇରସ୍ ସନ୍ଦିଗ୍ଧ ସ୍ବାସ୍ଥ୍ୟ ପରୀକ୍ଷା ନ କରାଇ ଲୁଚି ଯାଇଥିଲେ। ସୂଚନା ଅନୁସାରେ ଏହି ୨୪ଜଣ ସନ୍ଦିଗ୍ଧ ଚୀନରୁ ଫେରିବା ପରେ କରୋନାଭାଇରସ୍ ଚିହ୍ନଟ ନେଇ ଯେଉଁ ସବୁ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଉଛି ସେଥିରୁ ନିବୃତ୍ତ ରହିଥିଲେ । ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ କୌଣସି ସୂଚନା ନ ଦେଇ ସେମାନେ କେଉଁଆଡ଼େ ଚାଲି ଯାଇଥିଲେ।
ନ୍ୟାସନାଲ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ଏନ୍ସିଡିସି)ର ନିର୍ଦ୍ଦେଶକ ସୁଜିତ ସିଂହଙ୍କ କହିବାନୁସାରେ, ‘ଚୀନରୁ ଫେରିଥିବା ୨୪ଜଣ ସନ୍ଦିଗ୍ଧ ସେମାନଙ୍କ ଶରୀରରେ କରୋନା ଭାଇରସ୍ ଅଛି କି ନାହିଁ ତାହା ଯାଞ୍ଚ ନକରି ଲୁଚି ରହିଥିଲେ। ଏହି ୨୪ଜଣଙ୍କୁ ଟ୍ରାକ୍ କରାଯାଇ ଏବେ ସେମାନଙ୍କୁ ସମସ୍ତଙ୍କଠାରୁ ଅଲଗା ରଖାଯାଇଛି।
newindianexpress.comସେହିଭଳି ଜଣେ ବ୍ୟକ୍ତିଙ୍କୁ ବୁଧବାର ଚିହ୍ନଟ କରାଯାଇ ରୋହତକ ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସସେଜ (ପିଜିଆଇଏମ୍ଏସ୍)ରେ ଭର୍ତ୍ତି କରାଯାଇଛି। ସେ ଚୀନରୁ ଭାରତ ପହଞ୍ଚିବା ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ବାଛିଥିଲେ, ଯାହା ଫଳରେ ତାଙ୍କୁ ଚିହ୍ନଟରେ ବିଳମ୍ବ ଘଟିଥିଲା । ଏହାପୂର୍ବରୁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ କରୋନାଭାଇରସ୍ ଏନ୍ତୁଡ଼ିଶାଳ କୁହାଯାଉଥିବା ଉହାନ୍କୁ ଦୁଇଥର ଯାତ୍ରା କରି ୬୦୦ରୁ ଅଧିକ ଲୋକଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ସମସ୍ତଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି।
Follow Us