କରୋନା ଆତଙ୍କ: ଚୀନ୍‌ରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଆରମ୍ଭ ହେଲା ପ୍ରକ୍ରିୟା

Advertisment
କରୋନା ଆତଙ୍କ: ଚୀନ୍‌ରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଆରମ୍ଭ ହେଲା ପ୍ରକ୍ରିୟା

New Indian Express

ନୂଆଦିଲ୍ଲୀ: ସଂପ୍ରତି ଚୀନ୍‌ରେ କରୋନା ଭାଇରସ୍‌ରେ ୧୦୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩୦୦୦ରୁ ଅଧିକ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥିତିରେ କରୋନା ଭାଇରସ୍‌ ଦ୍ୱାରା ସର୍ବାଧିକ ପ୍ରଭାବିତ ଚୀନ୍‌ର ହୁବେଇ ଉହାନ୍‌ ସହରରେ ଫସି ରହିିଥବା ୨୫୦ ଭାରତୀୟଙ୍କୁ ସେଠାରୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଅପରାହ୍ଣରୁ ଉଦ୍ୟମ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବେଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଚୀନ୍‌ରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଭିସ୍‌ କୁମାର। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଭାରତୀୟଙ୍କୁ ସେଠାରୁ ଆଣିବା ଲାଗି ବିମାନ ପଠାଇବା ସହ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଉହାନରେ ଫସିଥିବା ଭାରତୀୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ସ୍ୱତନ୍ତ୍ର .ମେଡିକାଲ୍‌ ଟିମ୍‌ ଗଠନ କରିଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ୨୫୦ ଭାରତୀୟଙ୍କୁ ମୁକୁଳାଇ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ପୂର୍ବରୁ ଭାରତ ସରକାର ଚୀନକୁ ଅନୁରୋଧ କରିଥିଲେ। ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଉହାନରେ ରହିଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।

publive-image The Peint

ଉଲ୍ଲେଖଯୋଗ୍ୟ, ମାରାତ୍ମକ କରୋନା ଭାଇରସ୍‌ରେ ଏବେ ସୁଦ୍ଧା ଚୀନର ୩୦୦୦ ଲୋକ ଆକ୍ରାନ୍ତ ହୋଇ ସାରିଥିବା ବେଳେ ୧୦୭ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଚୀନର ଉହାନ ସହରକୁ ସମସ୍ତ ଯୋଗାଯୋଗର ପଥ ବନ୍ଦ କରି ଦିଆଯିବା ପରେ ଶନିବାର ଭାରତ ସରକାର ଉହାନରେ ରହୁଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଚୀନ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ରବିବାର ଆମେରିକା ନିଜ ଦେଶର ନାଗରିକମାନଙ୍କ ପାଇଁ ତତ୍ପର ହୋଇ ଉଠିଥିଲା। ଉହାନରେ ଥିବା ଆମେରିକୀୟ ନାଗରିକମାନଙ୍କୁ ସ୍ୱଦେଶକୁ ଫେରାଇ ଆଣିବାକୁ ଆମେରିକା ସରକାର ନିଜ ତରଫରୁ ବିମାନର ବନ୍ଦୋବସ୍ତ କରିଥିଲେ। ଚୀନର ଉହାନ ସହରରେ ପ୍ରାୟ ୨୫୦ରୁ ୩୦୦ ଭାରତୀୟ ଫସି ରହିଥିବା ଜାଣିବାକୁ ମିଳିଛି। ଏହି ଭାରତୀୟମାନେ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe