କୋରୋନା ଭାଇରସ୍‌: ବିପଦପୂର୍ଣ୍ଣ ସହର ଉହ୍ବାନରୁ ନିଜ ଦେଶର ନାଗରିକଙ୍କୁ ସ୍ବଦେଶ ଫେରାଇବାକୁ ବିମାନ ଯୋଗାଡ଼ କଲା ଆମେରିକା

କୋରୋନା ଭାଇରସ୍‌: ବିପଦପୂର୍ଣ୍ଣ ସହର ଉହ୍ବାନରୁ ନିଜ ଦେଶର ନାଗରିକଙ୍କୁ ସ୍ବଦେଶ ଫେରାଇବାକୁ ବିମାନ ଯୋଗାଡ଼ କଲା ଆମେରିକା

Geo.tv

ୱାଶିଂଟନ: କୋରୋନା ଭାଇରସ୍‌ର ଅନ୍ତୁଡ଼ିଶାଳ କୁହାଯାଉଥିବା ଚୀନର ଉହ୍ବାନ ସହରକୁ ସମସ୍ତ ଯୋଗାଯୋଗର ପଥ ବନ୍ଦ କରି ଦିଆଯାଇଛି। ଚୀନ ସରକାର ଏହି  କଟକଣା ଲଗାଇବା ପରେ ସେଠାରେ ଥିବା ବିଦେଶୀମାନଙ୍କୁ ଚିନ୍ତା ଘାରିଛି। ଗତକାଲି ଭାରତ ସରକାରେ ଉହ୍ବାନ ରେ ରହୁଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଚୀନ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ରବିବାର ଆମେରିକା ନିଜ ଦେଶର ନାଗରିକମାନଙ୍କ ପାଇଁ ତତ୍ପର ହୋଇଛି। ଉହ୍ବାନରେ ଥିବା ଆମେରିକୀୟ ନାଗରିକମାନଙ୍କୁ ସ୍ବଦେଶକୁ ଫେରାଇ ଆଣିବାକୁ ଆମେରିକା ସରକାର ନିଜ ତରଫରୁ ବିମାନର ବନ୍ଦୋବସ୍ତ କରିଛନ୍ତି।

ଏହି ବିମାନ ମଙ୍ଗଳବାର ଦିନ ଉହ୍ବାନ ସହରରୁ ସାନ୍‌ ପ୍ରାନ୍‌ସିକୋକୁ ଯାତ୍ରା କରିବ। ଚୀନରେ ଥିବା ଆମେରିକୀୟଙ୍କୁ ଇମେଲ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ବିମାନରେ ସୀମିତ ସିଟ୍‌ ଥିବା କାରଣରୁ ଯଦି ସମସ୍ତେ ସେଥିରେ ଯାତ୍ରା କରିବାର ଆଗ୍ରହ ପ୍ରକାଶ କରନ୍ତି ତେବେ କୋରୋନା ଭାଇରସ୍‌ ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସୂଚନା ରହିଛି।

publive-image Illinois Intelligencer

ଚୀନର ଉହ୍ବାନ ସହରରେ ୨୫୦ରୁ ୩୦୦ ଭାରତୀୟ ସେହି ସହରରେ ରହିଥିବା ବେଳେ ସେମାନେ ‌ସେଠାରୁ ସ୍ବଦେଶ ଫେରିବା ଅସମ୍ଭବ ହୋଇପଡ଼ିଛି।  ଭାରତ ସରକାର ସେମାନଙ୍କୁ ଛାଡ଼ିଦେବାକୁ ଚୀନକୁ ଅନୁରୋଧ କରିଛନ୍ତି। ନେସ୍‌ନାଲ୍‌ ହେଲ୍‌ଥ କମିସନ୍‌ର ରିପୋର୍ଟ ମୁତାବକ ଚୀନରେ ଏବେ ସୁଦ୍ଧା ଏହି ଭାଇରସ୍‌ ହେତୁ ୫୬ ଜଣ ଲୋକଙ୍କର ଜୀବନ ଗଲାଣି। ଏହା ଛଡା ୨୦୦୦ରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ପୀଡିତ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଦେଖାଦେଇଛି। ଚୀନର ନ୍ୟାସନାଲ୍‌ ହେଲ୍‌ଥ କମିସନଙ୍କ ରିପୋର୍ଟ ମୁତାବକ ଶୁକ୍ରବାର ଦିନ ୪୪୪ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଯେଉଁଥିରୁ ୨୩୭ ଜଣ ରୋଗୀଙ୍କ ସଂଖ୍ୟା ଉଦବେଗଜନକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe