କ‌ରୋନା ଆତଙ୍କ : ଚୀନ୍‌ ଛାଡ଼ିବାକୁ ପାକ୍‌ ନାଗରିକ ବ୍ୟାକୁଳ, ସରକାର ଗୁହାରି ଶୁଣୁନାହାନ୍ତି

Advertisment
କ‌ରୋନା ଆତଙ୍କ : ଚୀନ୍‌ ଛାଡ଼ିବାକୁ ପାକ୍‌ ନାଗରିକ ବ୍ୟାକୁଳ, ସରକାର ଗୁହାରି ଶୁଣୁନାହାନ୍ତି

The Quint

ବେଂଜି : ଚୀନ୍‌ର ଉହାନ, ଶିଂଜିୟାଙ୍ଗ୍‌ ପ୍ରଦେଶରେ ବହୁ ସଂଖ୍ୟାରେ ପାକିସ୍ତାନୀ ନାଗରିକ ଚୀନ୍‌ ଛାଡ଼ିବା ପାଇଁ ଜୋର୍‌ଦାର ପ୍ରୟାସ କରୁଛନ୍ତି। କିନ୍ତୁ ସେମାନଙ୍କୁ ନେବାପାଇଁ ପାକିସ୍ତାନ ସରକାର ଆଗ୍ରହ ଦେଖାଉନାହାନ୍ତି। ଉହାନରୁ ସମସ୍ତ ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥା ଦେଖି ପାକିସ୍ତାନୀ ନାଗରିକମାନେ ନିଜ ଦେଶର ମାନସିକତା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାରତ ନିଜ ନାଗରିକଙ୍କର ସୁରକ୍ଷା ପାଇଁ କିଭଳି ତତ୍ପରତାର ସହ କାମ କରୁଛି, ତାହା ପାକିସ୍ତାନ ଶିକ୍ଷା କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି। ସିଂଜିୟାନ ଏୟାରପୋର୍ଟରେ ବହୁ ସଂଖ୍ୟାରେ ପାକିସ୍ତାନୀ ନାଗରିକ ଫସି ରହିଛନ୍ତି। ପ୍ରାୟ ୧୫୦ ପାକିସ୍ତାନୀ ଇସ୍‌ଲାମାବାଦ ଯିବାପାଇଁ ତୁହାକୁ ତୁହା ସରକାରଙ୍କୁ ନିବେଦନ କରୁଥିଲେ ମଧ୍ୟ ସେମାନଙ୍କ ନିବେଦନ ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe