କମିଲା କରୋନା ସଂକ୍ରମଣ; ୨୪ ଘଣ୍ଟା ମଧ୍ୟରେ ୧୩, ୭୩୪ ଆକ୍ରାନ୍ତ ଚିହ୍ନଟ, ୨୭ ମୃତ

Advertisment
କମିଲା କରୋନା ସଂକ୍ରମଣ; ୨୪ ଘଣ୍ଟା ମଧ୍ୟରେ ୧୩, ୭୩୪ ଆକ୍ରାନ୍ତ ଚିହ୍ନଟ, ୨୭ ମୃତ

ନୂଆଦିଲ୍ଳୀ: ଆଜି ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତକାଲି କରୋନା ସଂକ୍ରମଣ ସଂଖ୍ୟା ୧୬,୪୬୪ ରହିଥିବା ବେଳେ ଆଜି ସଂଖ୍ୟା ହ୍ର‌ାସ ପାଇ ୧୩, ୭୩୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୨୭ ଜଣଙ୍କର ମୃତ୍ୟୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଦେଶରେ ଏବେ କରୋନାରେ ସକ୍ରିୟ ଅଛନ୍ତି ୧,୩୯,୭୯୨ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୧୭,୮୯୭ ଜଣ। ସୂଚନା ମୁତାବକ, କରୋନା ସୁସ୍ଥ ହାର ରହିଛି ୯୮-୪୯ ପ୍ରତିଶତ।

ନୂଆ ୨୭ ଜଣ ମୃତକଙ୍କୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୨୬,୪୩୦ରେ ପହଞ୍ଚିଛି। ସେହିପରି ଗତକାଲି ୧୬,୪୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ ମୃତ୍ୟୁ ରେକର୍ଡ କରାଯାଇଥିଲା।

ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲିନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଅଧିକାଂଶ ସକ୍ରିୟ କୋଭିଡ୍‌ ମାମଲା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe