ଜାଣିଶୁଣି ସଂକ୍ରମିତ କରାଇବା ପାଇଁ ସୁସ୍ଥ ଲୋକ ଉପରକୁ ଛେପ ପକାଉଛନ୍ତି କରୋନାଭାଇରସ୍ ଆକ୍ରାନ୍ତ ରୋଗୀ !

Advertisment
ଜାଣିଶୁଣି ସଂକ୍ରମିତ କରାଇବା ପାଇଁ ସୁସ୍ଥ ଲୋକ ଉପରକୁ ଛେପ ପକାଉଛନ୍ତି କରୋନାଭାଇରସ୍ ଆକ୍ରାନ୍ତ ରୋଗୀ !

indiatimes.com

ନୂଆଦିଲ୍ଲୀ: ଚୀନରେ ବ୍ୟାପୁଥିବା କରୋନା ଭାଇରାସକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଥିବା ବେଳେ ୩,୦୦୦ରୁ ଅଧିକ ଲୋକ ଏହି ଭାଇରସ ସଂକ୍ରମଣର ଶିକାର ହୋଇ ସାରିଲେଣି। ପରିସ୍ଥିତିର ମୁକାବିଲା ପାଇଁ ଚୀନ୍ ସରକାର ଡାକ୍ତରଖାନା ନିର୍ମାଣରେ ଲାଗିଥିବା ବେଳେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। କରୋନା ଭାଇରସର ଶିକାର ହୋଇ ସାରିଥିବା କିଛି ଲୋକ ଜାଣିଶୁଣି ଅନ୍ୟକୁ ସଂକ୍ରମିତ କରାଇବା ପାଇଁ ସେମାନଙ୍କ ଉପରକୁ ଛେପ ପକାଉଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏ ସମ୍ବନ୍ଧିତ ଏକ ଭିଡିଓ ମଧ୍ୟ ଟୁଇଟରରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ଜଣ ରୋଗୀ ଆସି ଡାକ୍ତରଙ୍କ ଉପରକୁ ଛେପ ପକାଉଥିବା ଦେଖାଯାଉଛି। ତେବେ ଜାଣି ଜାଣି କିଛି ଲୋକ ଏଭଳି କରୁଥିବା ବିଷୟରେ ସୂଚନା ପାଇବା ପରେ ଚୀନବାସୀ ଆହୁରି ସତର୍କ ହୋଇ ଯାଇଛନ୍ତି। ଖାସ୍ କରି ଅଧିକ ପ୍ରଭାବିତ ହୋଇଥିବା ଉହାନ୍ ସହରର ବାସିନ୍ଦା ଏବେ ଘରୁ ବାହାରକୁ ବାହାରିବା ପାଇଁ ଡ଼ରୁଛନ୍ତି।

ଉହାନରେ ଶିକ୍ଷୟତ୍ରୀ ଭାବେ କାମ କରୁଥିବା ଜେସିକାଙ୍କ କହିବା ମୁତାବକ, ଏଭଳି ଖବର ପାଇବା ପରେ ମୁଁ ଅଧିକ ସମୟ ବାହାରେ ରହୁନାହିଁ। ଦରକାର ଥିଲେ ହିଁ ବାହାରକୁ ଯାଉଛି। ବାହାରକୁ ଯିବା ସମୟରେ ଶରୀରକୁ ସଂପୂର୍ଣ୍ଣ ଘେ‌ାଡ଼ାଇ ମୁଁ ବାହାରକୁ ବାହାରୁଛି। ଏମିତି କି ବାହାରୁ କିଣୁଥିବା ସବୁ ଜିନିଷକୁ ପାଣିରେ ସଫା କରି ମୁଁ ବ୍ୟବହାର କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe