cidrap
ଲକ୍ଷ୍ମୌ: ଉତ୍ତରପ୍ରଦେଶରରେ କରୋନା ସଂକ୍ରମିତ ରୋଗୀ ଏଣିକି ଡାକ୍ତରଖାନାରେ ମୋବାଇଲ୍ ଫୋନ୍ ବ୍ୟବହାର କରି ପାରିବେ ନାହିଁ ବୋଲି ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ କେ କେ ଗୁପ୍ତା ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ମଧ୍ୟ ଏକ ଚିଠି ଲେଖାଯାଇଛି।
ଉତ୍ତରପ୍ରଦେଶର ଚିକିତ୍ସା ଶିକ୍ଷା ଏବଂ ପ୍ରଶିକ୍ଷଣର ମହାନିର୍ଦ୍ଦେଶକ ରାଜ୍ୟର କୋଭିଡ -୧୯ ପାଇଁ ଉତ୍ସର୍ଗୀକୃତ ଡାକ୍ତରଖାନାରେ କେରୋନା ରୋଗୀଙ୍କ ମୋବାଇଲ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ମୋବାଇଲ୍ ଫୋନରୁ କରୋନା ଭାଇରସ୍ ଅଧିକ ସଂକ୍ରମଣ ହୋଇପାରେ ବୋଲି ସେ କହିଛନ୍ତି।
କରୋନା ୱାର୍ଡରେ ନୂତନ ବ୍ୟବସ୍ଥା ଅନୁଯାୟୀ ଡାକ୍ତରଖାନାର ଓ୍ଵାର୍ଡ ପରିଚାଳକଙ୍କ ପାଖରେ ୨ ଟି ମୋବାଇଲ୍ ଫୋନ୍ ରହିବ। ଯାହା ମାଧ୍ୟମରେ ଓ୍ଵାର୍ଡ ପରିଚାଳକ ରୋଗୀଙ୍କ ଅବସ୍ଥା ସମ୍ପର୍କରେ ସେମାନଙ୍କ ପରିବାରକୁ ସୂଚନା ଦେଇପାରିବେ। ଯଦି ଆବଶ୍ୟକ ହୁଏ ତେବେ ଓ୍ଵାର୍ଡ ପରିଚାଳକ ରୋଗୀମାନଙ୍କୁ ସେମାନଙ୍କ ପରିବାରଲୋକଙ୍କ ସହିତ କଥା ବି କରାଇ ପାରିବେ।
ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ କେ କେ ଗୁପ୍ତାଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟର କୋଭିଡ -୧୯ ପାଇଁ ଉତ୍ସର୍ଗୀକୃତ ଡାକ୍ତରଖାନା ଏଲ-୨ ଏବଂ ଏଲ-୩ରେ ରୋଗୀଙ୍କୁ ଆଇସୋଲେସନ୍ ୱାର୍ଡରେ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ନାହିଁ। କାରଣ ମୋବାଇଲ ଫୋନ୍ କାରଣରୁ କରୋନା ଜୀବାଣୁ ସଂକ୍ରମଣ ହୋଇପାରେ।
Follow Us