କରୋନା ପଜିଟିଭ୍‌ ମହିଳା ଜନ୍ମ ଦେଇଥିବା ଯାଆଁଳା ଶିଶୁଙ୍କ ରିପୋର୍ଟ ନେଗେଟିଭ୍‌

Advertisment
କରୋନା ପଜିଟିଭ୍‌ ମହିଳା ଜନ୍ମ ଦେଇଥିବା ଯାଆଁଳା ଶିଶୁଙ୍କ ରିପୋର୍ଟ ନେଗେଟିଭ୍‌

Live Science

ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀରେ ସର୍ବାଧିକ ପ୍ରଭାବିତ ତାଲିକାରେ ମହାରାଷ୍ଟ୍ର ରହିଛି। କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ଏଯାବତ୍ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ୨୪,୦୦୦ରେ ପହଞ୍ଚି ଯାଇଛି। କିଛି କରୋନା ସଂକ୍ରମିତ ରୋଗୀ ବି ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି।

नवजात बच्चों का हुआ कोरोना टेस्ट

ଏହି କ୍ରମରେ ପୁଣେର ଇନ୍ଦିରା ଆଇବିଏଫ୍‌ରେ କରୋନା ସଂକ୍ରମିତ ଥିବା ୩୪ବର୍ଷୀୟ ଜଣେ ମହିଳା ଯାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି। ସୂଚନା ଅନୁସାରେ, ମହିଳାଙ୍କ ପେଟରେ ଯାଆଁଳା ଶିଶୁ ଥିବାରୁ ଉଚ୍ଚରକ୍ତଚାପ କାରଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ଚିକିତ୍ସା ପାଇଁ ତାଙ୍କୁ ଇନ୍ଦିରା ଆଇବିଏଫ୍‌ରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ କରୋନା ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ସ୍ଥାନରୁ ଆସିଥିବା ହେତୁ ତାଙ୍କର ସ୍ୱାବ ନମୁନା ନେଇ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରେ ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ସି-ସେକ୍‌ସନ୍‌ରେ ଭର୍ତ୍ତି କରାଯାଇଥିଲା।

corona_new_born_051220111640.jpg https://aajtak.intoday.in/

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନଙ୍କ ପକ୍ଷରୁ ପ୍ରକାଶ, ସାବଧାନତା ଅବଲମ୍ବନ କରି ହସ୍‌ପିଟାଲ୍‌ରେ ମହିଳାଙ୍କ ପ୍ରସବ କରା ଯାଇଥିଲା। ମହିଳା ସେଠାରେ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଦୁଇଟି ଶିଶୁଙ୍କ କରୋନା ସଂକ୍ରମଣ ପରୀକ୍ଷା କରିବା ପରେ ଦୁହିଁଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ସମ୍ପୂର୍ଣ୍ଣ ଭାବେ ଶିଶୁ ଦୁଇଟି ସୁସ୍ଥ ଥିବା ସହିତ ମା’ଠାରୁ ଏବେ ଦୁହିଁଙ୍କୁ ଅଲଗା କରି ରଖାଯାଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe