The Quint
କୋଏମ୍ବାଟୁର୍: କରୋନା ଭାଇରସ୍ର ଅନ୍ତୁଡ଼ିଶାଳ କୁହାଯାଉଥିବା ଚୀନର ଉହାନ୍ ସହରରୁ ତାମିଲ୍ନାଡୁକୁ ୮ ଜଣ ଲୋକ ଫେରିଥିବା ଜଣାପଡ଼ିଛି । ସୌଭାଗ୍ୟବଶତଃ, ଫେରି ଆସିଥିବା ଭାରତୀୟଙ୍କ ଭିତରେ କରୋନା ଭାଇରସ୍ର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ମାତ୍ର ସେମାନଙ୍କୁ ଆସନ୍ତା ୨୮ ଦିନ ପର୍ଯ୍ୟନ୍ତ ଲୋକମାନଙ୍କ ସହ ମିଳାମିଶା କରିବା ପାଇଁ ବାରଣ କରାଯାଇଛି। ଇତି ମଧ୍ୟରେ ଚୀନରେ ଆହୁରି ୧,୩୦୦ ଏହି ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୬ ଛୁଇଁଲାଣି। ଏହି ପରିପ୍ରେକ୍ଷୀରେ ଅନ୍ୟ ଏସୀୟ ଦେଶମାନଙ୍କରୁ ଆସିଥିବା ଲୋକମାନଙ୍କ ଭିତରେ ମଧ୍ୟ ଭାଇରସ୍ର ସାମ୍ଭବ୍ୟ ଲକ୍ଷଣ ରହୁଛି କି ନାହିଁ ତାହା ଯାଞ୍ଚ୍ କରାଯାଉଛି।
ଉହାନରୁ ଫେରିଥିବା ଏହି ଲୋକମାନେ ସୋମବାର କୋଏମ୍ବାଟୁର୍ ବିମାନବନ୍ଦରରେ ଅବତରଣ କରିଛନ୍ତି। ସେମାନେ ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ୍କୁ ନିଆ ଯାଇଥିଲା। ସ୍ବାସ୍ଥ୍ୟ ବିିଭାଗ ପକ୍ଷରୁ କୁହାଯାଇଛି ଯେ ୮ ଜଣ ଯାକ ପୂରା ସୁସ୍ଥ ଅଛନ୍ତି। ସେମାନଙ୍କ ଭିତରେ ଭାଇରସ୍ର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ତଥାପି ବି ୨୮ ଦିନ ପର୍ଯ୍ୟନ୍ତ ସେମାନଙ୍କ ଉପରେ କଟକଣା ଲଗାଯାଇଛି।
LatestLYଯଦିଓ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ମାତ୍ର ବାହାଘର କିମ୍ବା ଜନସମାଗମ ଥିବା କୌଣସି ବି ଉତ୍ସବକୁ ସେମାନଙ୍କୁ ନଯିବା ପାଇଁ ବାରଣ କରାଯାଇଛି। ଯଦି ସେମାନଙ୍କ ଭିତରେ ଥଣ୍ଡା, ଜ୍ବର କିମ୍ବା କାଶ ଦେଖାଦିଏ ତେବେ ସ୍ବାସ୍ଥ୍ୟ ବିଭାଗକୁ ତୁରନ୍ତ ଜଣାଇବାକୁ ସେମାନଙ୍କ ଘର ଲୋକଙ୍କୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସୁଦ୍ଧା କରୋନା ଭାଇରସ୍ରେ ସମୁଦାୟ ୪,୫୦୦ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୦୬ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।
Follow Us