New Indian Express
ନୂଆଦିଲ୍ଲୀ: ସଂପ୍ରତି ଚୀନ୍ରେ ଆତଙ୍କ ସୃଷ୍ଟି କରିଥିବା ଓ ଘାତକ ସାବ୍ୟସ୍ତ ହୋଇଥିବା କରୋନା ଭାଇରସ୍ ଭାରତରେ ସେତେ ପରିମାଣରେ ଆତଙ୍କ ସୃଷ୍ଟି କରିନାହିଁ କିମ୍ବା ଘାତକ ମଧ୍ୟ ହୋଇନାହିଁ। ହେଲେ, ବିଶ୍ୱରେ କୋଟପତି ଧନୀକ ବେଲାଉ ଥିବା ଭାରତୀୟ ଧନୀକ ଗୋଷ୍ଠୀକୁ ଦରିଦ୍ର କରି ଦେଇଛି। କରୋନା ଭାଇରସ୍ର ପ୍ରଭାବରେ ଭାରତର ଧନୀକ ନମ୍ବର ୧ ବୋଲାଉଥିବା ରିଲାଏନ୍ସ କମ୍ପାନି ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୫ ବିଲିୟନ ଆମେରିକୀୟ ଡଲାର ହରାଇଥିବା କହିଛି ବ୍ଲୁମବର୍ଗ ବିଲିଅନରିସ୍ ଇଣ୍ଡେକ୍ସ।
ସେହିପରି କରୋନାର ପ୍ରଭାବରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ବର୍ତ୍ତମାନ ସୁଦ୍ଧା ୮୮୪ ମିଲିୟନ ଆମେରିକୀୟ ଡଲାର ହରାଇ ଥିବାବେଳେ ଓ୍ଵିପ୍ରୋ ଅଧ୍ୟକ୍ଷ ଅଜିମ୍ ପ୍ରେମ୍ଜୀ ଓ ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ ବିପୁଳ ପରିମାଣର କ୍ଷତି ସହିଥିବା ଜାଣିବା ପାଇଁ ମିଳିଛି। ପ୍ରେମଜୀ ୮୬୯ ମିଲିୟନ ଆମେରିକୀୟ ଡଲାରର କ୍ଷତି ସହିଥିବା ବେଳେ ଆଦାନୀ ସହିଛନ୍ତି ୪୯୬ ମିଲିୟନ ଆମେରିକୀୟ ଡଲାରର କ୍ଷତି।
New Indian Expressଅମ୍ବାନୀଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୂଲ୍ୟ ସେୟାର ବଜାରରେ ଅଂଶଧନ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୧ ପ୍ରତିଶତ କମିଯାଇଛି। କରୋନା ପ୍ରଭାବରେ ବିଗତ ମାତ୍ର ୧୫ ଦିନ ମଧ୍ୟରେ ଏହି ହ୍ରାସ ଘଟିଥିବା କହିଛି ବ୍ଲୁମ୍ବର୍ଗ।
Follow Us