DD News
ନୂଆଦିଲ୍ଲୀ : ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ଭାରତରେ ବିକଶିତ ହେଉଥିବା ୧୪ଟି କରୋନା ଟିକା ମଧ୍ୟରୁ ଅତି କମ୍ରେ ୪ଟିର ନୈଦାନିକ ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହେବ। ଆଗାମୀ ୫ ମାସ ଭିତରେ ଏହି ସବୁ ଟିକାର ନୈଦାନିକ ପରୀକ୍ଷଣ ପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।
ଆମ ଦେଶରେ କୋଭିଡ୍ ଟିକାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପଚାରାଯିବାରେ ହର୍ଷବର୍ଦ୍ଧନ କହିଥିଲେ ଯେ ବର୍ତ୍ତମାନ ବିଶ୍ବର ବିଭିନ୍ନ ସ୍ଥାନରେ ବିକାଶ କରାଯାଉଥିବା ୧୦୦ରୁ ଅଧିକ କୋଭିଡ୍ ଟିକାର ଅଗ୍ରଗତି ବିଭିନ୍ନ ପର୍ଯ୍ୟାୟରେ ପହିଛିା ତେବେ ସେଥି ମଧ୍ୟରୁ ୧୪ଟିର ଉନ୍ନତୀକରଣରେ ଭାରତ ସାମିଲ ହୋଇଛିା ସେଥିପାଇଁ କେନ୍ଦ୍ର ବିଜ୍ଞାନ ଓ କାରିଗରି ମନ୍ତ୍ରଣାଳୟର ଜୈବପ୍ରଯୁକ୍ତି ବିଭାଗ ଆବଶ୍ୟକ ଅନୁମତି ଦେବା ଠାରୁ ଆରମ୍ଭ କରି ଅର୍ଥ ଲଗାଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରିଆସୁଛି। ବିକଶିତ ହେଉଥିିବା ଏହି ୧୪ଟି ଯାକ ଟିକା ବର୍ତ୍ତମାନ ପ୍ରାକ୍ ନୈଦାନିକ ପରୀକ୍ଷଣ ସ୍ତରରେ ପହିଥିବା ବେଳେ ଆଗାମୀ ୪ରୁ ୫ ମାସ ଭିତରେ ୪ଟି ଟିକାର ନୈଦାନିକ ପରୀକ୍ଷଣ ଆରମ୍ଭ ହେବ। ତେବେ ଏଥିରୁ ପୂର୍ଣ୍ଣ ସଫଳତା ହାସଲ କରିବା ପାଇଁ ଅନେକ ପର୍ଯ୍ୟାୟ ପରୀକ୍ଷଣ ଜଡି଼ତ ରହିଥିବାରୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ବଜାରରେ କେବେ କୋଭିଡ୍ ଟିକାଟିଏ ଉପଲବ୍ଧ ହେବ ସେ ସମ୍ପର୍କରେ କିଛି ଆଗତୁରା କହିହେବନି। ଏପରିକି ପୂର୍ବରୁ ମଧ୍ୟ କୌଣସି ଟିକା ବିକଶିତ ହୋଇ ରହିଥିଲେ ବି ଏହା ବ୍ୟବହାରଯୋଗ୍ୟ ହେବାକୁ ଅତି କମ୍ରେ ଆଉ ବର୍ଷେ ଲାଗିଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେଣୁ ସେ ପର୍ଯ୍ୟନ୍ତ ଆମକୁ କରୋନାର ମୁକାବିଲା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ମାସ୍କ୍ ବ୍ୟବହାର ସହ ଆବଶ୍ୟକ ସ୍ବାସ୍ଥ୍ୟଗତ ହସ୍ତପ୍ରକ୍ଷାଳନକୁ ଆଦରିନେବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି ସେ ପରାମର୍ଶ କରିଛନ୍ତିା
Follow Us