‘କୋଭାକ୍ସିନ୍‌’ର ଉତ୍ସାହପ୍ରଦ ଫଳାଫଳ; ୫୦ ସ୍ବେଚ୍ଛାସେବୀଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ପ୍ରେରଣାଦାୟୀ

Advertisment

ଅକ୍ସଫୋର୍ଡ ଟିକାର ଶହେ କୋଟି ମାତ୍ରା ପ୍ରସ୍ତୁତ କରିବ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌

ଅକ୍ସଫୋର୍ଡ ଟିକାର ଶହେ କୋଟି ମାତ୍ରା ପ୍ରସ୍ତୁତ କରିବ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌

କୋଭିଡ୍‌ ଟିକା ନେଇ ଭାରତର ନିଷ୍ପତ୍ତି ପ୍ରଶଂସନୀୟ: ହୁ

bharat Biotech

ନୂଆଦିଲ୍ଲୀ : ଗତ ୧୫ ତାରିଖରୁ ମାନବ ଶରୀରରେ ନୈଦାନିକ ପରୀକ୍ଷଣ ଆରମ୍ଭ କରିଥିବା ପ୍ରଥମ ଭାରତୀୟ କୋଭିଡ୍‌-୧୯ ଟିକା 'କୋଭାକ୍ସିନ୍' ବର୍ତ୍ତମାନ ସୁଦ୍ଧା ଉତ୍ସାହପ୍ରଦ ଫଳାଫଳ ଦେଇଛି ବୋଲି ରୋହତକ ପିଜିଆଇର ମୁଖ୍ୟ ଟିକା ନିରୀକ୍ଷକ ଡା. ସବିତା ବର୍ମା କହିଛନ୍ତି।

ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ସହଯୋଗରେ ପୁଣେସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ(ଏନ୍‌ଆଇଭି) ଓ ହାଇଦ୍ରାବାଦ ସ୍ଥିତ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଇଣ୍ଟରନାସନାଲ୍‌ ଲି. ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ବିକଶିତ ଏହି ଟିକାର ପ୍ରଥମ ପର୍ଯ୍ୟାୟ ମାନବୀୟ ପରୀକ୍ଷଣରେ ବର୍ତ୍ତମାନ ସୁଦ୍ଧା ୫୦ ଜଣ ସ୍ବେଚ୍ଛାସେବୀ ସାମିଲ ହୋଇସାରିଛନ୍ତି। ସମସ୍ତଙ୍କଠାରୁ ମିଳିଥିବା ଫଳାଫଳ ପ୍ରେରଣାଦାୟୀ ହୋଇଛି ବୋଲି ଡା. ବର୍ମା କହିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏକମାତ୍ର ପ୍ରଯୁଜ୍ୟ ଟିକା ହିଁ ଏଭଳି ପ୍ରାଦୁର୍ଭାବରୁ ମୁକୁଳାଇପାରିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ଆଶା ବାନ୍ଧିଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ବିଶ୍ବରେ ୧୬୦ ପ୍ରକାର କୋଭିଡ୍ ଟିକାର ବିକାଶ ଚାଲିଥିବା ବେଳେ ସେଥିରୁ କେବଳ ୨୩ଟି ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚି ପାରିଛନ୍ତି। ଏହି କ୍ରମରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ଏକ ଟିକାର ମାନବୀୟ ପରୀକ୍ଷଣ ଖୁବ୍‌ କମ୍‌ ଦିନ ଭିତରେ ଭାରତରେ ଆରମ୍ଭ ହେବ। 'କୋଭିସିଲ୍‌ଡ' ନାମକ ଏହି ଟିକାକୁ ଦେଶର ୫,୦୦୦ ସ୍ବେଚ୍ଛାସେବୀଙ୍କ ଠାରେ ପ୍ରୟୋଗ କରାଯିବ । ଆନ୍ତର୍ଜାତିକ ଔଷଧ ନିର୍ମାତା ଆଷ୍ଟ୍ରାଜେନେକା ସହ ମିଶି ଭାରତର ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦେଶରେ ଏହାର ପ୍ରସ୍ତୁତି ଆରମ୍ଭ କରିବା ଲାଗି ଯୋଜନା ଚଳାଇଛି। ଆଗାମୀ ବର୍ଷକ ଭିତରେ କମ୍ପାନି 'କୋଭିସିଲ୍‌ଡ'ର ଶହେ କୋଟି ମାତ୍ରା ପ୍ରସ୍ତୁତ କରିବ ବୋଲି ଏହାର ଅଧ୍ୟକ୍ଷ ଆଦର ପୁନାଵାଲା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe