୧ କୋଟି ସ୍ୱାସ୍ଥ୍ୟସେବା କର୍ମୀଙ୍କ ପରେ ୨୭କୋଟି ବରିଷ୍ଠ ନାଗରିକଙ୍କୁ ମିଳିିବ କରୋନା ଟିକା

Advertisment
୧ କୋଟି ସ୍ୱାସ୍ଥ୍ୟସେବା କର୍ମୀଙ୍କ ପରେ ୨୭କୋଟି ବରିଷ୍ଠ ନାଗରିକଙ୍କୁ ମିଳିିବ କରୋନା ଟିକା

aajtak

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସଂକ୍ରମଣର ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେଇ ସ୍ୱାସ୍ଥ୍ୟ ସଚିବ ଏକ ବଡ଼ ଘୋଷଣା କରିଥିଲେ। କରୋନା ଟିକା ଆସିବା ପରେ ପ୍ରଥମେ ପ୍ରାୟ ଏକ କୋଟି ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଟିକା ଦିଆଯିବ। ପ୍ରାୟ ଦୁଇ କୋଟି ଫ୍ରଣ୍ଟଲାଇନ୍ କର୍ମଚାରୀ ଯଥା ପୁଲିସ ଏବଂ ସଶସ୍ତ୍ର ବାହିନୀର କର୍ମଚାରୀ ଏବଂ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ କରୋନା ଟିକା ଦିଆଯିବା ସହ ପରେ ୨୭କୋଟି ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଘୋଷଣା କରିଛନ୍ତି।

publive-image Hindustan Times

ଉଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ, ହାଇଦ୍ରାବାଦ ଏବଂ ପୁଣେର ଫାର୍ମାସ୍ୟୁଟିକାଲ୍‌ କମ୍ପାନି ଗସ୍ତକରି ସେଠାରେ କରୋନାଭାଇରସ୍‌ ଟିକା ବିକାଶ କାର୍ଯ୍ୟର ସମୀକ୍ଷା କରି ଫେରିବା ପରେ ଆଜି ଏହି ସର୍ବଦଳୀୟ ବୈଠକ ଆୟୋଜିତ ହୋଇଥିଲା। ଯେଉଁଠାରେ ଦେଶରେ କୋଭିଡ୍‌-୧୯ ଟିକାର ବଣ୍ଟନ ନେଇ ସବିଶେଷ ଆଲୋଚନା କରା ଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ କିଛି ସପ୍ତାହ ମଧ୍ୟ କରୋନା ଟିକା ଉପଲବ୍ଧ ହେବା ବିଷୟରେ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe