ଘୋଡ଼ା ଦୌଡ଼ରୁ ଦେଶର ସର୍ବବୃହତ ଟିକା ଉତ୍ପାଦନକାରୀ ସଂସ୍ଥ‌ା; ଜାଣନ୍ତୁ ପ୍ରତିଷ୍ଠାତାଙ୍କ ମନକୁ କେମିତି ଆସିଥିଲା ସେରମ ଇନଷ୍ଟିଚ୍ୟୁଟ ଗଢ଼ିବାର ପରିକଳ୍ପନା

Advertisment

କରୋନା ଟିକା ପାଇଁ ଅକ୍ପଫୋର୍ଡ ସହ ହାତ ମିଳାଇଛି ସେରମ ଇନଷ୍ଟିଚ୍ୟୁଟ

କରୋନା ଟିକା ପାଇଁ ଅକ୍ପଫୋର୍ଡ ସହ ହାତ ମିଳାଇଛି ସେରମ ଇନଷ୍ଟିଚ୍ୟୁଟ

ଘୋଡ଼ା ଦୌଡ଼ରୁ ଦେଶର ସର୍ବବୃହତ ଟିକା ଉତ୍ପାଦନକାରୀ ସଂସ୍ଥ‌ା; ଜାଣନ୍ତୁ ପ୍ରତିଷ୍ଠାତାଙ୍କ ମନକୁ କେମିତି ଆସିଥିଲା ସେରମ ଇନଷ୍ଟିଚ୍ୟୁଟ ଗଢ଼ିବାର ପରିକଳ୍ପନା

thebetterindia

ନୂଆଦିଲ୍ଲୀ: ଅନେକ ବଡ଼ ବଡ଼ ଘଟଣା ବା ବଡ଼ ବଡ଼ ଲୋକଙ୍କ ପଛରେ ସେଭଳି କିଛି ରୋଚକ କାହାଣୀ ଥାଏ। ସେମାନେ ସଫଳ ହେବା ପାଇଁ ଯେଉଁ ବାଟ ଦେଇ ଆସିଥାନ୍ତି, ତାହା ଟିକେ ଭିନ୍ନ ହୋଇଥାଏ। ପୂର୍ବରୁ ଅନେକ ପ୍ରତିଷ୍ଠିତ ଲୋକଙ୍କ ଜୀବନି ଆପଣଙ୍କୁ ଆମେ ଜଣାଇଛୁ। ଆଜି ଆମେ କରୋନା ଟିକା ପାଇଁ ଅକ୍ପଫୋର୍ଡ ଭଳି ସଂସ୍ଥା ସହ ହାତ ମିଳାଇଥିବା ଭାରତର ପୁଣେରେ ଥିବା ସେରମ ଇନଷ୍ଟିଚ୍ୟୁଟ ବିଷୟରେ ଜଣାଇବୁ। ସେରମ ଇନଷ୍ଟିଚ୍ୟୁଟ କେମିତି ଏବଂ କେଉଁଭଳି ପରିସ୍ଥିତିରେ ଆରମ୍ଭ ହେଲା ଏବଂ ଏହାର ନାମ ସେରମ କାହିଁକି ରଖାଗଲା? ସେ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ।

ଟିକା ଉତ୍ପାଦନ ବ୍ୟବସାୟରେ ପାଦ ଦେବା ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଡ.ସାଇରସ ପୁନାୱାଲା ନିଜର ପୁନାୱାଲା ଷ୍ଟଡ୍ ଫାର୍ମ ମାଧ୍ୟମରେ ଜାତୀୟ ଘୋଡା ଦୌଡ଼କୁଦ ସର୍କିଟରେ ପ୍ରମୁଖ ଖେଳାଳି ଥିଲେ | ସାଇରସ ପୁନାୱାଲାଙ୍କୁ ୨୦ବର୍ଷ ହେବା ପରେ ଏ ସମୟରେ ଘୋଡା ଦୌଡ଼କୁଦର କୌଣସି ଭବିଷ୍ୟତ ନଥିବା ଭାବି ସେ ଏହାକୁ ଛାଡ଼ିବ‌ା ପାଇଁ ମନସ୍ତ କରିଥିଲେ। ଏହା ପରେ ପରେ ସେ ସ୍ପୋର୍ଟସ କାର୍ ତିଆରି କରିବା ପାଇଁ ଭାବିଥିଲେ। କିନ୍ତୁ ସେ ଶୀଘ୍ର ହୃଦୟଙ୍ଗମ କଲେ ଯେ ଏହା ଏକ କାର୍ଯ୍ୟକ୍ଷମ ବ୍ୟବସାୟିକ ପ୍ରସ୍ତାବ ନୁହେଁ | ଟଙ୍କା ଆୟ କରିବାର ସବୁ ବାଟ ବନ୍ଦ ହେବା ପରେ ସେ ଥରେ ନିଜର ଘୋଡ଼ା ଫାର୍ମରେ ବସିଥିଲେ, ଯେଉଁଠାରେ ତାଙ୍କ ମନକୁ ଟିକା ଉତ୍ପାଦନ କରିବାର ଆଇଡିଆ ଆସିଥିଲା।

Vaccine thebetterindia

ସେ ସମୟରେ, ଅବସରପ୍ରାପ୍ତ ଘୋଡାମାନଙ୍କୁ ମୁମ୍ବାଇର ସରକାରୀ ମାଲିକାନା ହାଫକିନ୍ ଇନଷ୍ଟିଚ୍ୟୁଟକୁ ଦାନ କରାଯାଉଥିଲା । ସେମାନେ ଘୋଡାର ସେରମରୁ ଟିକା ତିଆରି କରୁଥିଲା। ଡ. ପୁନାୱାଲା ଆକଳନ କଲେ ଯେ, ସେ ନିଜେ ଘୋଡାମାନଙ୍କରୁ ସେରମ୍ ବାହାର କରି ଶସ୍ତା ଟିକା ଉତ୍ପାଦନ କରି ଦେଶରେ ଟିକା ଚାହିଦା ପୂରଣ କରି ପାରିବେ।ଏହା ପରେ ୧୯୬୬ ମସିହାରେ ଡ. ପୁନାୱାଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ ଯାହାକି ଦୁଇ ବର୍ଷ ମଧ୍ୟରେ ଏହାର ପ୍ରଥମ ଆଣ୍ଟି-ଟେଟାନସ୍ ଟିକା ଉତ୍ପାଦନ ଆରମ୍ଭ କରିଥିଲା।

ସେହି ଦିନଠାରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଟିକା ଉତ୍ପାଦନ ବ୍ୟବସାୟରେ ଅଗ୍ରଗତି କରିବା ଆରମ୍ଭ କଲା। ଡିଟିପି ଟିକା (୧୯୭୪) ରୁ ମିଳିମିଳା ଭ୍ୟାକ୍ସିନ୍ ଏମ୍-ଭ୍ୟାକ୍ (୧୯୮୯)ଟିକା ଉତ୍ପାଦନ କରି ଦେଶର ଏକ ନମ୍ବର ଟିକା ଉତ୍ପାଦନକାରୀ ସଂସ୍ଥା ପାଲଟିଥିଲା ସେରମ୍ ଇନଷ୍ଟିଚ୍ୟୁଟ୍  | ୧୯୮୦ ଦଶକରେ କାଶ, ଡିଫଥେରିଆ ଏବଂ ଟିଟାନସ୍ ପାଇଁ ଟିକା ବାହାର କରିଥିଲା ସେରମ୍ ଇନଷ୍ଟିଚ୍ୟୁଟ୍। ୯୦ଦଶକ ବେଳକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତର ସବୁଠାରୁ ବଡ ଟିକା ଉତ୍ପାଦନକାରୀ ସଂସ୍ଥା ଭାବରେ ଉଭା ହୋଇଥିଲା। ଅନେକ ସଫଳ ଟିକା ଉତ୍ପାଦନ କରିଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଏବେ କ‌ରୋନା ଟିକା ବାହାର କରିବା ପାଇଁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସହ ହାତ ମିଳାଇଛି। ଖୁବ୍ ଶୀଘ୍ର ସଫଳତା ମିଳିବ ବୋଲି କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ତଥା ସାଇରସ ପୁନାୱାଲାଙ୍କ ପୁଅ ଅଦାର ପୁନାୱାଲା।

କିଛି ଦିନ ତଳେ ଅଦାର ପୁନାୱାଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ଟିକା ଯୋଗଣରେ ଓଡ଼ିଶାକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe