The Statesman
ନୂଆଦିଲ୍ଲୀ: କୋଭିଡ୍-୧୯ ଟୀକା ପରୀକ୍ଷଣରେ ସାମିଲ୍ ହୋଇଥିବା ଜଣେ ଅଂଶଗ୍ରହଣକାରୀ ଅଚାନକ ଏକ ଅଜ୍ଞାତ ରୋଗରେ ଆକ୍ରାନ୍ତ ହେବା ପରେ ଆମେରିକୀୟ ଔଷଧ ନିର୍ମାଣକାରୀ କମ୍ପାନି ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ ପରୀକ୍ଷଣକୁ ସ୍ଥଗିତ ରଖିଛି। ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ ଏବେ କରୋନା ଟୀକା ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ରହିଛି।
ସୋମବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ଏକ ବିବୃତ୍ତିରେ ଜନସନ ଆଣ୍ଡ ଜନସନ ପକ୍ଷରୁ କୁହାଯାଇଛି ଯେ ‘ଅଧ୍ୟୟନରେ ଅଂଶଗ୍ରହଣ କରିଥିବା ଜଣେ ସ୍ବେଚ୍ଛାସେବୀ ଅଚାନକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏହି କାରଣରୁ ଆମେ ଅସ୍ଥାୟୀ ଭାବେ କୋଭିଡ୍-୧୯ ଟୀକାର କ୍ଲିନିକାଲ୍ ପରୀକ୍ଷଣକୁ ବନ୍ଦ୍ କରିଛୁ।’
Quint Fitକମ୍ପାନି ପକ୍ଷରୁ ଆହୁରି ବି କୁହାଯାଇଛି ଯେ ‘ଆମର ସର୍ତ୍ତାବଳୀ ଅନୁସାରେ ଡାଟା ସେଫ୍ଟି ମନିଟରିଂ ବୋର୍ଡ ତଥା ଆମର ଆଭ୍ୟନ୍ତରୀଣ କ୍ଲିନିକାଲ ଏବଂ ସୁରକ୍ଷା ଚିକିତ୍ସକଙ୍କ ଦ୍ବାରା ଅସୁସ୍ଥ ଅଂଶଗ୍ରହଣକାରୀଙ୍କ ସ୍ବାସ୍ଥ୍ୟକୁ ପରଖା ଯାଉଛି।’
ଉଲ୍ଲେଖଯୋଗ୍ୟ, ମହାମାରୀ କରୋନା ଭାଇରସ୍ ବିରୋଧରେ ଟୀକା ବାହାର କରିବା ନେଇ ଜନ୍ସନ୍ ଆଣ୍ଡ୍ ଜନ୍ସନ ଗତ ମାସରେ କହିଥିଲା ଯେ ‘ପ୍ରାରମ୍ଭିକ ଓ ମଧ୍ୟ ପର୍ଯ୍ୟାୟ ପରୀକ୍ଷଣରେ ଭାଇରସ୍ ବିରୋଧରେ ଟୀକା ଭଲ ପ୍ରତିକ୍ରିୟା ଦେଖାଇଛି। ଏହାପରେ କମ୍ପାନି ୬୦ ହଜାର ଲୋକଙ୍କୁ ନେଇ ଅନ୍ତିମ ପରୀକ୍ଷଣ କରିବା ନିଷ୍ପତ୍ତି ନେଇଛି।’ ଏହାଛଡ଼ା ଚଳିତବର୍ଷ ଶେଷ କିମ୍ବା ୨୦୨୧ ମସିହା ଆରମ୍ଭରେ ଟୀକା ଆସିପାରେ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା।
ଜନସନ ଆଣ୍ଡ ଜନସନ ସ୍ବେଚ୍ଛାସେବୀଙ୍କ ରୋଗ ବିଷୟରେ ଅଧିକ ବିବରଣୀ ଦେବାକୁ ମନା କରି ଏହାକୁ ଗୋପନ ରଖାଯାଉ ବୋଲି ପ୍ରକାଶ କରିଛି। ଜନସନ ଆଣ୍ଡ ଜନସନ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ ଆହୁରି ବି କୁହାଯାଇଛି ଯେ କ୍ଲିନିକାଲ୍ ପରୀକ୍ଷଣ କାଳରେ କୌଣସି ପ୍ରକାରର ରୋଗ, ଦୁର୍ଘଟଣା ଆଦି ଘଟିବା ସ୍ବାଭାବିକ କଥା।
Follow Us