ସବୁଠୁ ଶସ୍ତା କୋଭିଡ୍‌ କିଟ୍‌ 'କରୋସ୍ୟୁଅର୍‌' ଲୋକାର୍ପିତ

Advertisment
ସବୁଠୁ ଶସ୍ତା କୋଭିଡ୍‌ କିଟ୍‌ 'କରୋସ୍ୟୁଅର୍‌' ଲୋକାର୍ପିତ

India Today

ନୂଆଦିଲ୍ଲୀ : ଦିଲ୍ଲୀ ଆଇଆଇଟି ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ବିକଶିତ ଏକ କମ୍‌ ମୂଲ୍ୟର କୋଭିଡ୍-୧୯ ପରୀକ୍ଷଣ କିଟ୍‌କୁ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ଲୋକାର୍ପଣ କରିଛନ୍ତି। 'କରୋସ୍ୟୁଅର୍‌'ନାମକ ଉକ୍ତ କିଟ୍‌ ବିଶ୍ବର ସବୁଠୁ ଶସ୍ତା ବିଜ୍ଞାନାଗାର ମୁକ୍ତ କୋଭିଡ୍‌ ପରୀକ୍ଷଣ ସରଞ୍ଜାମ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଅନୁସାରେ ଉକ୍ତ ପରୀକ୍ଷଣ କିଟ୍‌କୁ ସେ କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତରେଙ୍କ ସହିତ ମିଶି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି ମଙ୍ଗଳବାର ଟ୍ବିଟ୍ କରି ଜଣାଇଥିଲେ। କୋଭିଡ୍‌ ନମୁନା ପରୀକ୍ଷଣ ପାଇଁ ଏକ ବିକଳ୍ପ ପ୍ରକ୍ରିୟା ଅବଲମ୍ବନ କରୁଥିବା ଉକ୍ତ ସରଞ୍ଜାମକୁ ନ୍ୟୁଟେକ୍ ମେଡିକାଲ୍‌ କମ୍ପାନି ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହାର ନିର୍ମାଣରେ ମାତ୍ର ୬୫୦ ଟଙ୍କା ଭିତରେ ଖର୍ଚ୍ଚ ହୋଇଛି, ତେଣୁ ବିଦେଶରୁ ଉପଲବ୍‌ଧ ଅନ୍ୟାନ୍ୟ ପରୀକ୍ଷଣ କିଟ୍‌ ତୁ​ଳନାରେ ଏହା ଯଥେଷ୍ଟ ଶସ୍ତାରେ ମିଳିପାରିବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଜତିନ ଗୋଏଲ୍‌ କହିଛନ୍ତି। କମ୍ପାନି ମାସକୁ ୨୦ ଲକ୍ଷ କିଟ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିବାରୁ ତାହା ବିଜ୍ଞାନାଗାରରୁ ବଜାରର ପ୍ରକୃତ ଉଦାହରଣକୁ ବୁଝାଏ ବୋଲି ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ଭି ରାମଗୋପାଳ ରାଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe