କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ବିରୋଧରେ ଦୁର୍ନୀତି ମାମଲା

Advertisment

ବେଆଇନ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ତଦନ୍ତ ଉପରୁ ରାଜ୍ୟସରକାରଙ୍କ ଅନୁ‌ମତିକୁ ପ୍ରତ୍ୟାହାର ସମ୍ପର୍କିତ ମାମଲାରେ ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। 

ବେଆଇନ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ତଦନ୍ତ ଉପରୁ ରାଜ୍ୟସରକାରଙ୍କ ଅନୁ‌ମତିକୁ ପ୍ରତ୍ୟାହାର ସମ୍ପର୍କିତ ମାମଲାରେ ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। 

fhsfhsfht

ନୂଆଦିଲ୍ଲୀ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଡି ଶିବକୁମାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ବେଆଇନ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ତଦନ୍ତ ଉପରୁ ରାଜ୍ୟସରକାରଙ୍କ ଅନୁ‌ମତିକୁ ପ୍ରତ୍ୟାହାର ସମ୍ପର୍କିତ ମାମଲାରେ ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। 

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବା ପରେ ଡି ଶିବକୁମାରଙ୍କ ବେଆଇନ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ତଦନ୍ତ ନିମନ୍ତେ ଦିଆଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିନେଇଥିଲେ। ଏହାବିରୋଧରେ ସିବିଆଇ ଓ ବିଜେପି ବିଧାୟକ ବାସାନଗୌଡ଼ା ପାଟିଲ୍‌  କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଚଳିତ ବର୍ଷ ଅଗଷ୍ଟ ୨୯ ରେ ହାଇକୋର୍ଟ ଉଭୟ ସିବିଆଇ ଓ ବିଧାୟକ ବାସାନଗୌଡ଼ାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଖାରଜ ସମୟ‌ରେ ହାଇକୋର୍ଟ ମତ ଦେଇଥିଲେ ଯେ ମାମଲାଟି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିବାଦ ହେତୁ ସମ୍ବିଧାନର ଧାରା ୧୩୧ ଅନୁସାରେ ଏହାକୁ ସୁପ୍ରିମକୋର୍ଟ ହିଁ ବିଚାର କରିପାରିବେ। ଏହି ରାୟ ବିରୋଧରେ ସିବିଆଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇନାହିଁ, କିନ୍ତୁ ବିଧାୟକ ବାସାନଗୌଡ଼ା ସୁପ୍ରିମକୋର୍ଟରେ ରିଟ୍‌ ଆବେଦନ ଦାଏର କରିଥିଲେ। ଆଜି ବିଚାରପତି ସୂର୍ଯ୍ୟ କାନ୍ତ ଓ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରିଥିଲେ।

ଶୁଣାଣି ସମୟରେ ଶିବକୁମାରଙ୍କ ଓକିଲ ଅଭିଷେକ ମନୁ ସିଂହଭି କହିଥିଲେ ଯେ ଯାହାଠାରୁ (ସିବିଆଇ) ଅନୁମତିକୁ ଫେରାଇ ନିଆଯାଇଛି ସେହି ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇନାହାନ୍ତି, କିନ୍ତୁ ଏକ ବ୍ୟକ୍ତିଗତ ଆବେଦନକାରୀ ଆବେଦନ କରିଛନ୍ତି। ଏଣୁ ଆବେଦନକୁ ଗ୍ରହଣ କରାନଯାଉ। ତେବେ ଆବେଦନକାରୀଙ୍କ ଓକିଲ ସିଦ୍ଧାର୍ଥ ଦାଭେ ଯୁକ୍ତି ଦର୍ଶାଇଥିଲେ, ହାଇକୋର୍ଟ ନିଜ ରାୟରେ ଆବେଦନକାରୀଙ୍କ ସ୍ଥିତି ସମ୍ପର୍କରେ କୌଣସି ନକାରାତ୍ମକ ମନ୍ତବ୍ୟ ଦେଇନାହାନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ସୂର୍ଯ୍ୟକାନ୍ତ କର୍ଣ୍ଣାଟକ ରାଜ୍ୟସରକାର, ଶିବକୁମାର, ସିବିଆଇକୁ ସମନ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ନଭେମ୍ବରକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe