Image Courtesy of The Tribune
ପାଟନା: ବିହାରରେ କ୍ଷମତା ବଦଳିବାର କିଛି ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଥିବା ଏକ ଦୁର୍ନୀତି ମାମଲାକୁ ସିବିଆଇ ପୁନର୍ବାର ଖୋଲିଛି। ଏଥିପାଇଁ ବିହାରରେ ନୂଆ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଉପା-୧ ସରକାରରେ ଲାଲୁ ରେଳ ମନ୍ତ୍ରୀ ଥିବା ସମୟରେ ରେଳ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ୨୦୧୮ରେ ସିବିଆଇ ଏନେଇ ତଦନ୍ତ ଆରମ୍ଭ କରିଥିଲା।
ମାମଲାରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ୨ ଝିଅଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। କିନ୍ତୁ ସିବିଆଇ ୨୦୨୧ ମେ’ ରେ ଏହି ମାମଲାର ତଦନ୍ତ ବନ୍ଦ କରିଦେଇଥିଲା। ବିହାରରେ ନୀତୀଶ କୁମାର ଆର୍ଜେଡି ସହ ହାତ ମିଳାଇବାପରେ ରାଜ୍ୟରେ ମହାମେଣ୍ଟ ସରକାର ଫେରିଲା। ମହାମେଣ୍ଟ ଫେରିବାର କିଛି ମାସ ପରେ ସିବିଆଇ ଲାଲୁଙ୍କ ବିରୋଧରେ ଏହି ଦୁର୍ନୀତି ମାମଲାରେ ପୁନର୍ବାର ତଦନ୍ତ ଆରମ୍ଭ କରିଛି। ଶାସକ ମହାମେଣ୍ଟ ଏହାକୁ ବିରୋଧ କରିଛି। ବରିଷ୍ଠ ଆର୍ଜେଡି ନେତା ବିଜୟ ପ୍ରକାଶ କହିଛନ୍ତି, ଆମେମାନେ ନିଶ୍ଚିତ ଯେ, ଲାଲୁଙ୍କ ବିରୋଧରେ ଥିବା ସମସ୍ତ ମାମଲାରେ ସେ ନିର୍ଦ୍ଦୋଷ ପ୍ରମାଣିତ ହେବେ।
Follow Us