ଆରୟନ ଖାନ ମାମଲାର ଅଫିସର ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ

ଆରୟନ ଖାନ ମାମଲାର ଅଫିସର ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ

Max Today

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍‌ୟନ ଖାନ୍‌ଙ୍କୁ ୨ ବର୍ଷ ତଳେ ଡ୍ରଗ୍ସ ମାମଲାରେ ଗିରଫ କରିଥିବା ପୂର୍ବତନ ଏନ୍‌ସିବି ଅଫିସର ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଆଜି ଦୁର୍ନୀତି ମାମଲା ରୁଜୁ ହୋଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ୱାଙ୍ଖଡ଼େଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ୭, ୭ଏ ଓ ୧୨ ଏବଂ ଆଇପିସିର ଧାରା ୧୨୦ ବି ଅଧୀନରେ ମାମଲା ରୁଜୁ କରିଛି। ସମୀର ୱାଙ୍ଖଡ଼େଙ୍କ ସମେତ ୩ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏହାସହିତ ଦିଲ୍ଲୀ, ମୁମ୍ବାଇ, ରାଞ୍ଚି, ଲକ୍ଷ୍ନୌ, ଗୌହାଟୀ ଏବଂ ଚେନ୍ନାଇରେ ଆଜି ସମୀର ୱାଙ୍ଖଡ଼େଙ୍କ ୩୦ଟି ଠିକଣାରେ ଚଢ଼ଉ ହୋଇଛି। ୱାଙ୍ଖଡ଼େ ଏବଂ ଅନ୍ୟମାନେ ଆରୟନ ଖାନ୍‌ ମାମଲାରେ ୨୫ କୋଟି ଟଙ୍କା ଲାଞ୍ଚ ଦାବି କରିଥିଲେ। ଏକ ଭିଜିଲାନ୍ସ ରିପୋର୍ଟ ଆଧାରରେ ସିବିଆଇ ୱାଙ୍ଖଡ଼େଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe