ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ସିବିଆଇରେ ହାଜର ହେଲେ ତେଜସ୍ବୀ ଯାଦବ

Advertisment

ମୀସାଙ୍କୁ ଜେରା କଲା ଇଡି

ମୀସାଙ୍କୁ ଜେରା କଲା ଇଡି

ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ସିବିଆଇରେ ହାଜର ହେଲେ ତେଜସ୍ବୀ ଯାଦବ

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆଜି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇରେ ହାଜର ହୋଇଛନ୍ତି। ଅନ୍ୟପକ୍ଷରେ ଆର୍‌ଜେଡି ସାଂସଦ ତଥା ତେଜସ୍ବୀଙ୍କ ଭଉଣୀ ମୀସା ଭାରତୀ ମଧ୍ୟ ଏହି ସମାନ ମାମଲାରେ ଜେରା ପାଇଁ ଇଡିରେ ହାଜର ହୋଇଛନ୍ତି। ଆଜି ସିବିଆଇ ଅଫିସକୁ ଯିବା ପୂର୍ବରୁ ତେଜସ୍ବୀ କହିଥିଲେ, ଆମେ ସବୁବେଳେ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରୁଛୁ କିନ୍ତୁ ଦେଶରେ ଯେଭଳି ସ୍ଥିତି ଉପୁଜିଛି, ସେଥିପାଇଁ ଲଢ଼େଇ କରିବା କଷ୍ଟକର ହୋଇଯାଉଛି। ତେଜସ୍ବୀ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ସିବିଆଇ ଅଫିସରେ ହ‌ାଜର ହୋଇଥିଲେ। ତେଜସ୍ବୀଙ୍କୁ ଆଜି ଲଗାତାର ୪ ଘଣ୍ଟା ଜେରା କରାଯାଇଥିଲା।

ଅପରାହ୍ନ ୩ଟା ବେଳେ ଲଞ୍ଚ ବ୍ରେକ୍‌ ସମୟରେ ସେ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ଭେଟିବାକୁ ଯାଇଥିଲେ। ତାଙ୍କ ପତ୍ନୀ ଦକ୍ଷିଣ ଦିଲ୍ଲୀର ଏକ ହସ୍ପିଟା‌ଲ୍‌ରେ ଚିକିତ୍ସିତ ହେଉଛନ୍ତି। ଲଞ୍ଚ ବ୍ରେକ୍‌ ପରେ ତେଜସ୍ବୀ ପୁଣିଥରେ ଜେରା ପାଇଁ ସିବିଆଇ ଅଫିସରେ ପହଞ୍ଚିଥିଲେ। ତାଙ୍କୁ ମୋଟ୍‌ କେତେ ଘଣ୍ଟା ଜେରା କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନି। ଉଲ୍ଲେଖ‌ଯୋଗ୍ୟ, ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ତେଜସ୍ବୀଙ୍କୁ ପୂର୍ବରୁ ମାର୍ଚ୍ଚ ୪, ୧୧ ଏବଂ ୧୪ ତାରିଖରେ ସମନ୍‌ କରାଯାଇଥିଲେ ସୁଦ୍ଧା ସେ ପ୍ରତିଥର ସମନ୍‌କୁ ଏଡ଼ାଇଥିଲେ। ଶେଷଥର ସେ ପତ୍ନୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ସିବିଆଇରେ ହାଜର ହୋଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe