ଦୁର୍ନୀତି ଭାରତକୁ ଉଇ ଖାଇଲା ଭଳି ଖାଇଯାଉଛି; ପରିବାରବାଦ ବଡ଼ ଚାଲେଞ୍ଜ୍‌: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଦୁର୍ନୀତି ଭାରତକୁ ଉଇ ଖାଇଲା ଭଳି ଖାଇଯାଉଛି; ପରିବାରବାଦ ବଡ଼ ଚାଲେଞ୍ଜ୍‌: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Free Press Journal

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପାଳନ ଅବସରରେ ଆଜି ପ୍ରସିଦ୍ଧ ଲାଲ୍‌ କିଲାରୁ ୯ମ ଥର ପାଇଁ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବା ବ‌େଳେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ଦୁର୍ନୀତି ଓ ପରିବାରବାଦ ହେଉଛି ଭାରତ ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ଆହ୍ବାନ।

ଦେଶବାସୀଙ୍କୁ ନିବେଦନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଉଇ ଖାଇଲା ଭଳି ଦୁର୍ନୀତି ମୋ ଦେଶକୁ ଖାଇ ଯାଉଛି। ପରିବାରବାଦ ମଧ୍ୟ ସମସ୍ତଙ୍କଠାରୁ ସୁଯୋଗ ଛଡ଼ାଇ ନେଉଛି… ଆନୁବଂଶିକ ରାଜନୀତି ମଧ୍ୟ ସେମିତ କରୁଛି। ଚାଲନ୍ତୁ, ଏଥିରୁ ଭାରତକୁ ମୁକ୍ତ କରିବା ପାଇଁ ସଙ୍କଳ୍ପ କରିବା।

ଯୋଗ୍ୟତା ଭିତ୍ତିରେ ଦେଶକୁ ଆଗେଇ ନେବା ନିମନ୍ତେ ଆମ ପ୍ରତିଷ୍ଠାନଗୁଡ଼ିକର ସାମର୍ଥ୍ୟକୁ ହୃଦୟଙ୍ଗମ କରିବା ନିମନ୍ତେ ଆମକୁ ‘ପରିବାରବାଦ’ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ‘ପରିବାରବାଦ’ଦ୍ବାରା ଦେଶର କେତେଗୁଡ଼ିଏ ପ୍ରତିଷ୍ଠାନ ଶୃଙ୍ଖଳିତ ହୋଇପଡ଼ିଛି। ଏହା କେବଳ ରାଜନୀତି କ୍ଷେତ୍ରରେ ସୀମିତ ନାହିଁ। ଏହା ଦୁର୍ନୀତିକୁ ବି ପ୍ରୋତ୍ସାହନ ଦେଉଛି। ଆମେ ଦେଶକୁ ପରିବାରବାଦ ଏବଂ ତା’ର ଦୁର୍ବାର ଅଭିବୃଦ୍ଧିରୁ ଦେଶକୁ ମୁକ୍ତ ରଖିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

publive-image Image Courtesy of Free Press Journal

ସେ କହିଛନ୍ତି, ଅତୀତର ସରକାରରେ ଯେଉଁମାନେ ଭାରତକୁ ଲୁଟ୍‌ କରିଛନ୍ତି ଏବେ ସେମାନେ ସେମାନଙ୍କ ପାପର ପ୍ରତିଫଳ ଭୋଗୁଛନ୍ତି। ଆମେ ସେମାନଙ୍କ ଅଧର୍ମ ବିତ୍ତ ସବୁ ବ୍ୟାଜାପ୍ତି କରୁଛୁ। ଦୁର୍ନୀତି ବିରୋଧରେ ସଂଗ୍ରାମରେ ମୁଁ ଆପଣମାନଙ୍କ ସହଯୋଗ ଲୋଡୁଛି। ଦୁର୍ନୀତି ଏବଂ ଦୁର୍ନୀତିଖୋରମାନଙ୍କ ବିରୋଧରେ ଆମକୁ ସଂଗ୍ରାମ କରିବାକୁ ପଡ଼ିବ।

ଭବ୍ୟ ସମାରୋହରେ  ତ୍ରିରଙ୍ଗା ଉତ୍ତୋଳନ କରିବା ପରେ ସକାଳ ପ୍ରାୟ ୭.୩୦ରୁ ଆରମ୍ଭ ହୋଇ ଦୀର୍ଘ ୯୦ ମନିଟ୍‌ କାଳ ଦେଇଥିବା ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ପ୍ରଗତି ପାଇଁ ସମାନତା ଉପରେ ଧ୍ୟାନ ନିବିଷ୍ଟ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ସେ କହିଛନ୍ତି, ସମାନତା ହେଉଛି ଭାରତର ପ୍ରଗତିର ଆଧାର। ‘ଭାରତ ଆଗ’ ମନ୍ତ୍ର ଜରିଆରେ ଆମେ ଏକତ୍ର ହୋଇଛନ୍ତି ବୋଲି ସୁନିଶ୍ଚିତ ହେବାକୁ ପଡ଼ିବ। ଏକତା ନିମନ୍ତେ ଲିଙ୍ଗଗତ ସମାନତା ଉପରେ ଧ୍ୟାନ ଦେବାକୁ ପଡ଼ିବ। ସେଥିପାଇଁ, ଆମେ ନାରୀମାନଙ୍କୁ ଅସମ୍ମାନିତ ନ କରିବାକୁ ପ୍ରତିଜ୍ଞାବଦ୍ଧ ହେବା ଉଚିତ। ପୁଅ ଓ ଝିଅଙ୍କ ପ୍ରତି ସମାନ ବିଚାର ନ ହେଲେ ଏକତା ରହିବ ନାହିଁ। ଆଚରଣ ଓ ଉଚ୍ଚାରଣରେ ମଧ୍ୟ ନାରୀମାନଙ୍କର ମର୍ଯ୍ୟାଦାହାନୀ କରିବା ନାହିଁ। ଜାତିର ଆକାଙ୍‌କ୍ଷା ପୂର୍ଣ୍ଣ କରିବା ‌ଦିଗରେ ନାରୀଙ୍କୁ ସମ୍ମାନ ଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ‘ନାରୀ ଶକ୍ତି’କୁ ପ୍ରଶଂସା କରି ସେ କହିଲେ, କ୍ରୀଡ଼ା, ଅଦାଲତ ଏବଂ ସାମରିକ ‌‌କ୍ଷେତ୍ର ସମେତ ଅନେକ କ୍ଷେତ୍ରରେ ଆଜି ନାରୀମାନେ ଆଗକୁ ଆସୁଛନ୍ତି।

ସେ ରାଣୀ ଲକ୍ଷ୍ମୀବାଈ, ଝଲକାରି ବାଈ, ଚେନ୍ନାମ୍ମା, ବେଗମ୍‌ ହଜ୍‌ରତ୍‌ ମହଲ୍‌ ଆଦିଙ୍କ ସାମର୍ଥ୍ୟ ସ୍ମରଣ କରବା ବେଳେ ପ୍ରତ୍ୟେକ ଭାରତୀୟ ଗର୍ବରେ ଫୁଲି ଉଠନ୍ତି।

ଉଦ୍‌ବୋଧନ ଶେଷରେ ପ୍ରଧାନମନ୍ତ୍ରୀ ଲାଲ୍‌ କିଲାରେ କିଛି ପିଲାଙ୍କ ସହିତ କଥାବାର୍ତ୍ତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe