୨୦୦୯ ବାୟୁସେନା‌ ତାଲିମ ବିମାନ ଦୁର୍ନୀତି, ଅଧିକାରୀ ଏବଂ ଅସ୍ତ୍ର ବେପାରୀଙ୍କ ବିରୋଧରେ ମାମଲା ରୁଜୁ

୨୦୦୯ ବାୟୁସେନା‌ ତାଲିମ ବିମାନ ଦୁର୍ନୀତି, ଅଧିକାରୀ ଏବଂ ଅସ୍ତ୍ର ବେପାରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ୨୦୦୯ ମସିହାରେ ଭାରତୀୟ ବାୟୁସେନା ପାଇଁ ୨୮୯୫ କୋଟି ଟଙ୍କା ବିନିମୟରେ ୭୫ଟି ତାଲିମ ବିମାନ ‘ପିଲାଟସ୍‌ ’କ୍ରୟରେ ବଡ଼ ଧରଣର ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା। ଆଜି ଏହି ମାମଲାରେ ସିବିଆଇ ବିବାଦୀୟ ଅସ୍ତ୍ର ଯୋଗାଣକାରୀ ସଂଜୟ ଭଣ୍ଡାରୀଙ୍କ ସମେତ ବାୟୁସେନା ଏବଂ ପ୍ରତିରକ୍ଷା ବିଭାଗର କେତେକ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ସିବିଆଇ ପକ୍ଷରୁ ଆଜି ଦିଲ୍ଲୀ-ଏନ୍‌ସିଆର ସମେତ ସଂଜୟ ଭଣ୍ଡାରିଙ୍କର ଅନ୍ୟ ବାସଭବନରେ ଚଢ଼ଉ ହୋଇଛି । ଭାରତୀୟ ବାୟୁସେନା, ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ସ୍ବିଜରଲାଣ୍ଡ୍‌ର ପିଲାଟସ୍‌ ଏୟାର‌କ୍ରା‌ଫ୍ଟ ଲିମିଟେଡ୍‌ର କିଛି ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ସିବିଆଇ ଆଜି ଦିଲ୍ଲୀ, ନଏଡ଼ା ଏବଂ ଗାଜିଆବାଦ୍‌ର ୯ଟି ସ୍ଥାନରେ ଏହି ମାମଲାରେ ଚଢ଼ଉ କରିଛି । ଉଲ୍ଲେଖଯୋଗ୍ୟ ପୂର୍ବରୁ ମଧ୍ୟ ୨୦୧୬ରେ ଭଣ୍ଡାରୀଙ୍କ ବିରୋଧରେ ବିବାଦୀୟ ପ୍ରତିରକ୍ଷା ଚୁକ୍ତି ନେଇ ଇଡି ଏବଂ ଆୟକର ବିଭାଗ ଦ୍ବାରା ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe