ନୂଆଦିଲ୍ଲୀ : ଦୁର୍ନୀତି ଏବଂ ଅସ୍ତ୍ର ଚୋରାଚାଲାଣ ମାମଲାରେ ଆଜି ଦେଶବ୍ୟାପୀ ୧୯ ରାଜ୍ୟର ୧୧୦ଟି ସ୍ଥାନରେ ସିବିଆଇ ଚଢ଼ଉ କରିଛି। ଦୁର୍ନୀତି, ଅପରାଧିକ କାର୍ଯ୍ୟକଳାପ ଏବଂ ଅସ୍ତ୍ର ଚୋରାଚାଲାଣ ନେଇ ୩୦ ଟି ନୂଆ ମାମଲା ସିବିଆଇ ରୁଜୁ କରିଛି। ଏହି ମାମଲାର ତଦନ୍ତ ପାଇଁ ସିବିଆଇ ଏବେ ଖୋଳତାଡ଼ ଆରମ୍ଭ କରିଛି ଏବଂ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ୧୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସମୁଦାୟ ୫୦ଟି ସହରରେ ଆଜି ସିବିଆଇ ଚଢ଼ଉ ହୋଇଥିଲା। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିଲ୍ଲୀ, ଭରତପୁର, ମୁମ୍ବାଇ, ଚଣ୍ଡିଗଡ଼, ଜମ୍ମୁ, ଶ୍ରୀନଗର, ପୁନେ, ଜୟପୁର, ଗୋଆ, କାନପୁର, ରାୟପୁର, ହାଇଦ୍ରାବାଦ୍, ମଦୁରାଇ, କୋଲକାତା, ରାଉରକେଲା, ରାଞ୍ଚି, ବୋକାରୋ, ଲକ୍ଷ୍ନୌ ସମେତ ୫୦ରୁ ଅଧିକ ସହରରେ ଚଢ଼ଉ ହୋଇଥିଲା। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଂଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ବିହାରରେ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଚଳିତ ମାସ ପ୍ରାରମ୍ଭରେ ମଧ୍ୟ ସିବିଆଇ ୧୧୩୯ କୋଟି ଟଙ୍କାର ବ୍ୟାଙ୍କ୍ ଠକେଇ ମାମଲାରେ ଦେଶବ୍ୟାପୀ ୧୩ଟି କମ୍ପାନି ପରିସରରେ ଚଢ଼ଉ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us