୭୬ କୋଟି ଟଙ୍କାରେ ବିକ୍ରି ହେଲା ଗାଡ଼ି ନମ୍ବର ପ୍ଲେଟ 

Advertisment
୭୬ କୋଟି ଟଙ୍କାରେ ବିକ୍ରି ହେଲା ଗାଡ଼ି ନମ୍ବର ପ୍ଲେଟ 

photo-dainik jagaran

ଦୁବାଇ: ଦୁନିଆର ସବୁଠୁ ଦାମୀ ନମ୍ବର ପ୍ଲେଟକୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଥାଏ | ଏବେ ପୁଣି ଥରେ ଏଭଳି ଏକ ଗାଡ଼ିର ଦାମୀ ନମ୍ବର ପ୍ଲେଟ ସାମ୍ନାକୁ ଆସିଛି | ଏହି ନମ୍ବର ପ୍ଲେଟ ଟି ହେଉଛି AA9 | ଏହି ନମ୍ବର ପ୍ଲେଟ୍ AA9, ୩୮ ମିଲିୟନ୍ ଏଡ୍ ୟୁଏଇ ଦିରହମ୍ ଅର୍ଥାତ ୭୬ କୋଟି ଟଙ୍କାରେ କିଣାଯାଇଛି | ଏହି ନମ୍ବର ପ୍ଲେଟ ବ୍ୟତୀତ, ଅନେକ ଫ୍ୟାନସି ମୋବାଇଲ୍ ଫୋନ୍ ନମ୍ବର ମଧ୍ୟ ଉପଲବ୍ଧ ଥିଲା | ଦୁବାଇର ସଡକ ଏବଂ ପରିବହନ ପ୍ରାଧିକରଣ ସହଭାଗିତାରେ ଦୁବାଇ କ୍ରୀଡ଼ା ପରିଷଦର ଅଧ୍ୟକ୍ଷ ମହମ୍ମଦ ବିନ୍ ରସିଦ ଅଲ ମକତମ ଗ୍ଲୋବାଲ୍ ଇନିସିଏଟିଭ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସୂଚନା ଥାଉ କି ଯେ ଏହି ପ୍ରୋଗ୍ରାମରେ ୦୫୬ ୯୯୯ ୯୯୯୯ ପରି ମୋବାଇଲ୍ ଫୋନ୍ ନମ୍ବର ୬ କୋଟି ଟଙ୍କାରେ ବିକ୍ରି ହୋଇଥିଲା | ଏହି କାର୍ଯ୍ୟକ୍ରମରେ ନିଲାମ ହୋଇଥିବା ମୋବାଇଲ୍ ଫୋନ୍ ନମ୍ବର ଏବଂ ନମ୍ବର ପ୍ଲେଟରୁ ଜମା ହୋଇଥିବା ରାଶି ପବିତ୍ର ରମଜାନ ମାସରେ ୩୦ ଟି ଦେଶର ବ୍ୟକ୍ତି ଏବଂ ପରିବାରଙ୍କୁ ଖାଦ୍ୟ ପାର୍ସଲ ଯୋଗାଇବାରେ ବ୍ୟବହୃତ ହେବ।

ତେବେ ନିଲାମ ରାଶି ମିଳିବାର କିଛି ସମୟ ମଧ୍ୟରେ ୫,୫୦,୦୦୦ ଦିରହମ ଦାନ କରାଯାଇଛି। ଆପଣ ଚାହିଁଲେ ବି ନିଲାମରେ ଭାଗ ନେଇପାରିବେ | http://www.100millionmeals.ae ମାଧ୍ୟମରେ ଆପଣ ନିଲାମରେ ଭାଗ ନେଇ ମନ ମୁତାବକ ନମ୍ବର କିଣିପାରିବେ ଓ ଦାନ କରିପାରିବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe