ମହଙ୍ଗା ପଡ଼ିଲା ବିଷୋଦ୍‌ଗାର: ଭାରତ, ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ

Advertisment

ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ମନ୍ତବ୍ୟ କହି ସଫେଇ ଦେଲା ମାଳଦ୍ବୀପ, ପ୍ରତିବାଦ ଜଣାଇଲା ଭାରତ

ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ମନ୍ତବ୍ୟ କହି ସଫେଇ ଦେଲା ମାଳଦ୍ବୀପ, ପ୍ରତିବାଦ ଜଣାଇଲା ଭାରତ

ମହଙ୍ଗା ପଡ଼ିଲା ବିଷୋଦ୍‌ଗାର: ଭାରତ, ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ

ନୂଆଦିଲ୍ଲୀ: ଲକ୍ଷଦ୍ୱୀପରେ ପର୍ଯ୍ୟଟନ ପ୍ରସଙ୍ଗ‌ ନେଇ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଅଚାନକ ତିକ୍ତତା ବଢ଼ିଯାଇଛି। ଏହାକୁ ନେଇ ଉଭୟ ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ମାଳଦ୍ବୀପର କେତେକ ମନ୍ତ୍ରୀଙ୍କ ଭାରତ ଓ ମୋଦୀ ବିରୋଧୀ ବୟାନ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି। ଭାରତ ସରକାର ଏହାର ଦୃଢ଼ ପ୍ରତିବାଦ ଜଣାଇବା ପରେ ମାଳଦ୍ବୀପ ସରକାର ସେଠାକାର ତିନି ଜଣ ମନ୍ତ୍ରୀଙ୍କୁ ସସପେଣ୍ଡ କରିଛନ୍ତି। ମାଳଦ୍ବୀପ ସରକାର ଏହି ମନ୍ତ୍ରୀମାନଙ୍କ ମନ୍ତବ୍ୟଠାରୁ ନିଜକୁ ଦୂରେଇବା ସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ ଦେଇଥିଲେ। ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରି ମାଳଦ୍ବୀପର ଯେଉଁ ମନ୍ତ୍ରୀମାନେ ଟ୍ବିଟ୍‌ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ଏବଂ ୩ ଜଣ ମନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି। ସରକାରୀ ସୂତ୍ରକୁ ଉଦ୍ଧାର କରି ସ୍ଥାନୀୟ ଗଣମାଧ୍ୟମ ଆଜି ସନ୍ଧ୍ୟାରେ ଏହି ଖବର ପ୍ରସାରିତ କରିଛନ୍ତି। କିନ୍ତୁ ମାଳଦ୍ୱୀପର ଉପମନ୍ତ୍ରୀ ହାସନ ଜିହାନ୍ ତାଙ୍କୁ ଓ ଅନ୍ୟ ଦୁଇ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ନିଲମ୍ବିତ କରାଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷଦ୍ୱୀପ ଗସ୍ତ ପରଠାରୁ ସୋସିଆଲ ମିଡିଆରେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ପର୍ଯ୍ୟଟନ ପାଇଁ ଲକ୍ଷଦ୍ବୀପ ଉତ୍କୃଷ୍ଟ ସ୍ଥାନ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ (ପୂର୍ବତନ ଟୁଇଟର)ରେ ମନ୍ତବ୍ୟ ଦେବାପରେ ମାଳଦ୍ବୀପ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ମତମନ୍ତବ୍ୟ ଦିଆଯାଉଥିଲା। ତେବେ ଏଥିରେ ସେଠାକାର ତିନି ଜଣ ମନ୍ତ୍ରୀ ସାମିଲ୍‌ ହୋଇ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିଥିଲେ। କୂଟନୈତିକ ସ୍ତରରେ ଭାରତ ସରକାର ଏହାର ପ୍ରତିବାଦ କରିଥିଲେ। ଭାରତର ଅନେକ ସେଲିବ୍ରିଟି ଏବଂ ଅନେକ ନାଗରିକ ମଧ୍ୟ ମାଳଦ୍ବୀପର ସମାଲୋଚନା କରିବାକୁ ପଛାଇ ନଥିଲେ। ଏପରିକି ଭାରତର ଅନେକ ପର୍ଯ୍ୟଟକ ମାଳଦ୍ବୀପ ଟ୍ରିପ୍ ବାତିଲ କରିଦେଇଥି‌େଲ। ଏହି ଘଟଣା ବିସ୍ପୋରକ ଆକାର ଧାରଣ କରିବାରୁ ମାଳଦ୍ବୀପ ସରକାର ଏକ ବିବୃତି ଜାରି କରି କହିଥିଲେ ଯେ ମନ୍ତ୍ରୀମାନେ ଦେଇଥିବା ମନ୍ତବ୍ୟ ସହ ସରକାରଙ୍କର କୌଣସି ସଂପର୍କ ନାହିଁ। ତେବେ ଏଭଳି ଅରୁଚିକର ମନ୍ତବ୍ୟକୁ ଏଥିରେ ନାପସନ୍ଦ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଥିଲା। ଆଜି ସନ୍ଧ୍ୟାରେ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ସସ୍‌ପେଣ୍ଡ କରାଯାଇଥିବା ଜଣାପଡ଼ିଛି।

ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ମନ୍ତବ୍ୟ
କହି ସଫେଇ ଦେଲା ମାଳଦ୍ବୀପ
ପ୍ରତିବାଦ ଜଣାଇଲା ଭାରତ
ମନ୍ତ୍ରୀଙ୍କୁ ପୂର୍ବତନ ରାଷ୍ଟ୍ରପତିଙ୍କ ନିନ୍ଦା

ସୂଚନାଯୋଗ୍ୟ ଯେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷଦ୍ୱୀପ ଗସ୍ତ କରି ତାଙ୍କ ଅଭିଜ୍ଞତା ସଂପର୍କରେ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଥିଲେ। ‘ଯେଉଁମାନେ ରୋମାଞ୍ଚକର ଅନୁଭୂତି ପାଇବାକୁ ଚାହୁଁଛନ୍ତି ସେମାନଙ୍କ ତାଲିକାରେ ଲକ୍ଷଦ୍ୱୀପ ରହିବା ଦରକାର। ଏପରିକି ମୁଁ ସ୍ନୋର୍କେଲିଂ କରିବାକୁ ଚେଷ୍ଟା କରିଥିଲି, ଏହା କେତେ ଆନନ୍ଦଦାୟକ ଅନୁଭୂତି ଥିଲା!’ ପ୍ରଧାନମନ୍ତ୍ରୀ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଥିଲା ଏବଂ ଅନେକ ନେଟିଜନ ମାଳଦ୍ବୀପ ସହ ଲକ୍ଷଦ୍ବୀପର ତୁଳନା କରିଥିଲେ। ସେବେଠାରୁ ମାଳଦ୍ୱୀପ ସରକାରଙ୍କ ନେତାମାନେ ଜଣକ ପରେ ଜଣେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଫଟୋ ଓ ମନ୍ତବ୍ୟ ପ୍ରସାରିତ ହେବା ପରେ ମାଳଦ୍ବୀପ ସରକାରଙ୍କ ଯୁବ ସଶକ୍ତୀକରଣ ଉପମନ୍ତ୍ରୀ ମେରିୟାମ ଶିୟୁନା ମୋଦୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହାକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯିବା ପରେ ମେରିୟାମ ସେହି ପୋଷ୍ଟକୁ ଡିଲିଟ୍‌ କରି ଦେଇଛନ୍ତି। ମାଳଦ୍ବୀପର ପୂର୍ବତନ ରାଷ୍ଟ୍ରପତି ମହମଦ ନଶୀଦ ମଧ୍ୟ ଶିୟୁନାଙ୍କ ନିନ୍ଦାସୂଚକ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେ ଏହାକୁ ଭୟ ଉଦ୍ରେକକାରୀ ମନ୍ତବ୍ୟ ବୋଲି କହିଛନ୍ତି। ମହମଦ ମିଜ୍ଜୁ ସରକାର ଏହି ମନ୍ତବ୍ୟରୁ ନିଜକୁ ଦୂରେଇ ରଖିବା ଉଚିତ। ଏଥିସହିତ ଭାରତକୁ ଦୃଢ଼ ପ୍ରତିଶ୍ରୁତି ଦେବା ଉଚିତ ଯେ ଏହି ମନ୍ତବ୍ୟ ସରକାରଙ୍କ ନୀତିକୁ ପ୍ରତିଫଳିତ କରୁନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe