ଭାରତର ପ୍ରଥମ ଓସ୍କାର୍‌ ବିଜୟିନୀ ‘କଷ୍ଟ୍ୟୁମ୍‌ ଡିଜାଇନର୍‌’ ଭାନୁ ଅଥୈୟାଙ୍କ ଦେହାନ୍ତ

Advertisment
ଭାରତର ପ୍ରଥମ ଓସ୍କାର୍‌ ବିଜୟିନୀ ‘କଷ୍ଟ୍ୟୁମ୍‌ ଡିଜାଇନର୍‌’ ଭାନୁ ଅଥୈୟାଙ୍କ ଦେହାନ୍ତ

Image Courtesy of NDTV

ମୁମ୍ବାଇ: ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଗୁରୁବାର ଦିନ ଭାରତର ପ୍ରଥମ ଓସ୍କାର୍‌ ବିଜୟିନୀ ‘କଷ୍ଟ୍ୟୁମ୍‌ ଡିଜାଇନର୍‌’ ଭାନୁ ଅଥୈୟାଙ୍କର ନିଜ ଘରେ ଦେହାନ୍ତ ହୋଇଥିବା କଥା ତାଙ୍କ ଝିଅ କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା।

ଶୋଇଥିବା ଅବସ୍ଥାରେ ଶାନ୍ତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା କଥା ତାଙ୍କ ଝିଅ ରାଧିକା ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ଆଜି ବଡ଼ି ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ମସ୍ତିଷ୍କରେ ଟ୍ୟୁମର୍‌ ହୋଇଥିବା କଥା ଆଠ ବର୍ଷ ତଳେ ପରୀକ୍ଷାରୁ ଜଣାପଡ଼ିଥିଲା । ତାଙ୍କ ଶରୀରର ଗୋଟିଏ ପାର୍ଶ୍ବ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିବା କାରଣରୁ ଗତ ତିନି ବର୍ଷ ଧରି ସେ ଶଯ୍ୟାଶାୟୀ ଥିଲେ।

ଇଂରାଜୀ ଚଳଚ୍ଚିତ୍ର ‘ଗାନ୍ଧୀ’ରେ କାର୍ଯ୍ୟ ଲାଗି ୧୯୮୩ରେ ଓସ୍କାର୍‌ ସମ୍ମାନ ପାଇଥିବା ଅଥୈୟାଙ୍କର ଶେଷକୃତ୍ୟ ଦକ୍ଷିଣ ମୁମ୍ବାଇର ଚନ୍ଦନବାଡ଼ି ଶ୍ମଶାନରେ ସମାପନ କରାଯାଇଛି ।

publive-image Image Courtesy of iDiva

କୋହ୍ଲାପୁରରେ ଜନ୍ମିତା ଅଥୈୟା ୧୯୫୬ ମସିହାରେ ଗୁରୁଦତ୍ତଙ୍କ ସୁପର ହିଟ୍‌ ଚଳଚ୍ଚିତ୍ର ‘ସି.ଆଇ.ଡି’ରେ କଷ୍ଟ୍ୟୁମ୍ ଡିଜାଇନର୍‌ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ। ରିଚାର୍ଡ ଆଟେନ୍‌ବରୋଙ୍କ ‘ଗାନ୍ଧୀ’ ଚଳଚ୍ଚିତ୍ରରେ ସର୍ବୋତ୍ତମ କଷ୍ଟ୍ୟୁମ୍‌ ଡିଜାଇନ୍‌ ନିମନ୍ତେ ଜନ୍‌ ମଲୋଙ୍କ ସହ ତାଙ୍କୁ ଏହି ଏକାଡେମି ଆୱାର୍ଡ (ଓସ୍କାର୍‌ ପୁରସ୍କାର) ପ୍ରଦାନ କରାଯାଇଥିଲା।

ନିରାପଦରେ ରଖାଯିବା ନିମନ୍ତେ ୨୦୧୨ରେ ଅଥୈୟା ତାଙ୍କ ‘ଓସ୍କାର୍‌’ ଟ୍ରଫିଟିକୁ ‘ଏକାଡେମି ଅଫ୍ ମୋସନ୍ ପିକ୍‌ଚର୍‌ ଆର୍ଟସ୍‌ ଆଣ୍ଡ୍‌ ସାଇନ୍‌ସେସ୍‌’କୁ ଫେରାଇ ଦେଇଥିଲେ।

ଦୀର୍ଘ ପାଞ୍ଚ ଦଶନ୍ଧିର କ୍ୟାରିୟର୍‌ରେ ଶତାଧିକ ଚଳଚ୍ଚିତ୍ରରେ କାର୍ଯ୍ୟ କରି ସେ ଦୁଇଟି ଜାତୀୟ ପୁରସ୍କାର ହାସଲ କରିଥିଲେ। ସେଥିରୁ ଗୋଟିଏ ହେଉଛି- ଗୁଲ୍‌ଜାର୍‌ଙ୍କର ରହସ୍ୟମୟ ଡ୍ରାମା ‘ଲେକିନ୍’ (୧୯୯୦) ଏବଂ ଆଶୁତୋଷ ଗୋୱାରିକର୍‌ଙ୍କ ନିର୍ଦେଶିତ ଐତିହାସିକ ଚଳଚ୍ଚିତ୍ର ‘ଲଗାନ୍’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe