କଫ୍ ସିରପ୍ ମୃତ୍ୟୁ ମାମଲା: ସ୍ରେସାନ୍‌ ଫାର୍ମାର ନିର୍ଦ୍ଦେଶକ ଜି.ରଙ୍ଗନାଥନ ଗିରଫ

Advertisment

କଫ୍ ସିରପ୍ ମୃତ୍ୟୁ ମାମଲା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହାର ତଦନ୍ତ ପାଇଁ ନିଯୁକ୍ତ ଏସ୍‌ଆଇଟି ତାମିଲନାଡ଼ୁର କାଞ୍ଚିପୁରମ୍‌ରେ ଥିବା କମ୍ପାନି ନିକଟରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଔଷଧ ନମୁନା ଓ ଉତ୍ପାଦନ ରେକର୍ଡ ଜବତ କରିଛି।

କଫ୍ ସିରପ୍ ମୃତ୍ୟୁ ମାମଲା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହାର ତଦନ୍ତ ପାଇଁ ନିଯୁକ୍ତ ଏସ୍‌ଆଇଟି ତାମିଲନାଡ଼ୁର କାଞ୍ଚିପୁରମ୍‌ରେ ଥିବା କମ୍ପାନି ନିକଟରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଔଷଧ ନମୁନା ଓ ଉତ୍ପାଦନ ରେକର୍ଡ ଜବତ କରିଛି।

sfssfcxcxc

ଚେନ୍ନାଇ: କଫ୍ ସିରପ୍ ମୃତ୍ୟୁ ମାମଲା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହାର ତଦନ୍ତ ପାଇଁ ନିଯୁକ୍ତ ଏସ୍‌ଆଇଟି ତାମିଲନାଡ଼ୁର କାଞ୍ଚିପୁରମ୍‌ରେ ଥିବା କମ୍ପାନି ନିକଟରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଔଷଧ ନମୁନା ଓ ଉତ୍ପାଦନ ରେକର୍ଡ ଜବତ କରିଛି। ମଧ୍ୟପ୍ରଦେଶ ପୁଲିସ ସ୍ରେସାନ ଫାର୍ମାର ନିର୍ଦେଶକ ଜି ରଙ୍ଗନାଥନଙ୍କୁ ଗିରଫ କରିଛି। ବୁଧବାର ରାତିରେ ପୁଲିସ ତାଙ୍କ ବିଷୟରେ ସୂଚନା ଦେବା ପାଇଁ ୨୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା। ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ଏସ୍‌ଆଇଟି ଟିମ୍ ବୁଧବାର ଓ ଗୁରୁବାର ମଧ୍ୟରାତ୍ରିରେ ଚେନ୍ନାଇରେ ଚଢ଼ାଉ କରି ରଙ୍ଗନାଥନଙ୍କୁ ଗିରଫ କରିଛି ବୋଲି ଛିନ୍ଦୱାଡ଼ାର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅଜୟ ପାଣ୍ଡେ କହିଛନ୍ତି। ରଙ୍ଗନାଥନ୍ ତାଙ୍କ ପତ୍ନୀଙ୍କ ସହ ଫେରାର ଥିଲେ।

ଚେନ୍ନାଇରେ ଚେନ୍ନାଇ-ବେଙ୍ଗାଲୁରୁ ରାଜପଥ କଡ଼ରେ ରଙ୍ଗନାଥନଙ୍କ ଆପାର୍ଟମେଣ୍ଟକୁ ସିଲ୍ କରିଦିଆଯାଇଥିବା ବେଳେ କୋଡାମ୍ବକ୍କମ୍‌ରେ ଥିବା ତାଙ୍କର ପଞ୍ଜୀକୃତ କାର୍ଯ୍ୟାଳୟ ବନ୍ଦ ଥିବା ଦେଖିବାକୁ ମିଳିଛି। ପୁଲିସ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରବୀଣ ସୋନି ଓ ସିରପ୍ ନିର୍ମାତା ସ୍ରେସାନ ଫାର୍ମାସ୍ୟୁଟିକାଲ୍ସ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୨୭୬ (ଡ୍ରଗ୍ସ ଅପମିଶ୍ରଣ) ଏବଂ ୧୦୫ ଅନୁଯାୟୀ ମାମଲା ରୁଜୁ କରିଛି। ଛିନ୍ଦୱାଡ଼ାରେ ଶିଶୁମାନଙ୍କ ମୃତ୍ୟୁ ପରେ ତାମିଲନାଡ଼ୁର ଡ୍ରଗ୍ କଣ୍ଟ୍ରୋଲର୍ ମଧ୍ୟ କୋଲଡ୍ରିଫ୍ ସିରପ୍‌ର ନମୁନା ପରୀକ୍ଷାରୁ ଏଥିରେ ମାତ୍ରାଧିକ ଡାଇଇଥାଇଲିନ୍ ଗ୍ଲାଇକୋଲ୍ ପରି ବିଷାକ୍ତ ପଦାର୍ଥ ଥିବା ଜଣାପଡ଼ିଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe