ଏମ୍ସରେ କାଉନ୍‌ସେଲର ନିଯୁକ୍ତ ହେବେ

Advertisment
ଏମ୍ସରେ କାଉନ୍‌ସେଲର ନିଯୁକ୍ତ ହେବେ

ନୂ୍ଆଦିଲ୍ଲୀ : ଭୁବନେଶ୍ବର ଏମ୍ସ ସହ ଦେଶର ସମସ୍ତ ଏମ୍ସରେ ରୋଗୀମାନଙ୍କ ପରିଜନ ମାନଙ୍କ ପାଇଁ ହେଲ୍ପଡେକ୍ସ ସ୍ଥା‌ପନ କରାଯିବ। ଦେଶର ସମସ୍ତ ଏମ୍ସରେ ପ୍ରଫେସନାଲ୍‌ କାଉନ୍‌ସେଲର ନିଯୁକ୍ତ କରାଯିବ। ଏହି କାଉନ୍‌ସେଲରମାନେ ପରିଜନମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କୁ ସହଯୋଗ କରିବା ପାଇଁ ୨୪ ଘଣ୍ଟା ଉପଲବ୍ଧ ରହିବେ। ଏମ୍ସରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ସ୍ଥିତି ଉପୁଜିଥିବାରୁ ରୋଗୀଙ୍କ ପରିଜନମାନଙ୍କ କାଉନସେଲିଂ ବ୍ୟବସ୍ଥା ପାଇଁ ମତ ପ୍ରକାଶ ପାଇଥିଲା। କେନ୍ଦ୍ର ସ୍ବା‌ସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ଏହି ନୀତିକୁ ଖୁବ୍‌ ଶୀଘ୍ର ମଂଜୁରି ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe