କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ପରାମର୍ଶ, ଲକ୍‌ଡାଉନ୍‌ ନେଇ ବିଚାରବିମର୍ଶ କର

Advertisment
ଜୁନ ୧ ରୁ ଅନଲକ୍ ହେବ ନା କଟକଣା ଅବଧି ବଢ଼ିବ?

ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହର ରୋକିବା ପାଇଁ ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରିବା ପାଇଁ ବିଚାରବିମର୍ଶ କରିବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରାନ୍ତ ବିଭିନ୍ନ ଆବେଦନର ଶୁଣାଣି କରିବାପରେ ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଦ୍ବିତୀୟ ଲହରରେ ସଂକ୍ରମଣ ଲଗାତାର ବଢ଼ୁଥିବାରୁ ଏହାକୁ ରୋକିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଆଗକୁ କେଉଁ ପଦକ୍ଷେପ ଗ୍ରହଣ ହେବ ତା’ର ରେକର୍ଡ ପ୍ରସ୍ତୁତ କରନ୍ତୁ। ସେହିପରି ଜନ ସମାଗମ ଏବଂ ବିଭିନ୍ନ ସୁପର୍‌ ସ୍ପ୍ରେଡର କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଇବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି। ସାଧାରଣ ଲୋକଙ୍କ କଲ୍ୟାଣ ଦିଗରେ ଦ୍ବିତୀୟ ଲହର ରୋକିବାକୁ ସରକାର ଲକ୍‌ଡାଉନ୍‌ ନେଇ ବିଚାରବିମର୍ଶ କରନ୍ତୁ ବୋଲି କୋର୍ଟ କହିଛନ୍ତି। ତେବେ ସମାଜର ଅବହେଳିତ ବର୍ଗଙ୍କ ଉପରେ ଲକ୍‌ଡାଉନ୍‌ର ପ୍ରଭାବ ନେଇ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଲକ୍‌ଡାଉନ୍‌ ହେଲେ ଏହା ପୂର୍ବରୁ ଉକ୍ତ ବର୍ଗର ଆବଶ୍ୟକତା ପୂରଣ ଦିଗରେ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe