ଚେନ୍ନାଇ: ପିଏସ୍ଏଲ୍ଭି-ସିଫର୍ଟି/କାର୍ଟୋସାଟ୍-ଟୁ ସିରିଜ୍ ସାଟେଲାଇଟ୍ ମିସନ୍ ପାଇଁ ଗୁରୁବାର ସକାଳ ୫. ୨୯ ମିନିଟ୍ରୁ ଓଲଟ ଗଣନା ଆରମ୍ଭ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ।
ବୁଧବାର ଦିନ ମିସନ୍ ରେଡିନେସ୍ ରିଭିୟୁ କମିଟି (ଏମ୍ଆର୍ଆର୍) ଏବଂ ଲଞ୍ଚ୍ ଅଥରାଇଜେସନ୍ ବୋର୍ଡ (ଏଲ୍ଏବି) କ୍ଲିଅରାନ୍ସ୍ ଦେବା ପରେ ଓଲଟ ଗଣନା ଆରମ୍ଭ ହୋଇଛି।
ଶୁକ୍ରବାର ପୂର୍ବାହ୍ନ ୯ଟା ୨୮ ମିନିଟ୍ରେ ଶ୍ରୀହରିକୋଟାରୁ ପିଏସ୍ଏଲ୍ଭିର ୪୨ତମ ଉତ୍କ୍ଷେପଣ କରାଯିବାକୁ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି।
ମୁଖ୍ୟ ପ୍ଲେଲୋଡ୍ କାର୍ଟୋସାଟ୍-ଟୁ ସିରିଜ୍ ସମେତ ୩୧ଟି କୃତ୍ରିମ ଉପଗ୍ରହ ବହନ କରିବ। ସେଥିରୁ ୨୮ କୃତ୍ରିମ ଉପଗ୍ରହ ହେଉଛି ଆମେରିକା, ଫ୍ରାନ୍ସ୍, ଫିନ୍ଲାଣ୍ଡ୍, ରିପବ୍ଲିକ୍ ଅଫ୍ କୋରିଆ ଏବଂ କାନାଡା ଆଦି ଦେଶର।
Follow Us